ବଡ଼ ଧରଣର ଭୂମିକମ୍ପ ଝଟକା : ୨୦ ମୃତ

ପାକିସ୍ତାନରେ ଆଜି ବଡ ଧରଣର ଭୂମିକମ୍ପ ହୋଇଛି । ମିକମ୍ପରେ ୨୦ ଜଣ ପ୍ରାଣ ହରାଇଥିବାବେଳେ ଭଗ୍ନାବଶେଷ ତଳେ ୨୦୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ ପାକିସ୍ତାନର ହାଇନୋଇ ବୋଲି ଜଣାପଡିଛି ।
ଆଜି ଭୋର ପ୍ରାୟ ୩ଟା ୩୦ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ରାତିରେ ଶୋଇଥିବା ଲୋକେ ଭୟରେ ବାହାରକୁ ଆସି ଦୌଡିବାରେ ଲାଗିଥିଲେ । ଭୂମିକମ୍ପରେ ଅନେକ ଘର ନଷ୍ଟ ହୋଇଛି । ଭୂମିକମ୍ପରେ ବଡ ଧରଣର କ୍ଷତି ହୋଇଥିବା ଅନୁମାନ କରାଯାଉଛି । ଉଦ୍ଧାର କାମ ଯୁଦ୍ଧକାଳୀନ ଭିତିରେ ଜାରି ରହିଛି । ଆହତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତି ହୋଇଛନ୍ତି । ନେକ ବଡବଡ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।ଭୂମିକମ୍ପ ପରେ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି । ଲୋକମାନେ ରାସ୍ତାରେ ଭୟରେ ବସି ରହିଥିବା ଚିତ୍ର ସାମ୍ନାକୁ ଆସିଛି ।
ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ୫.୪ ବୋଲି ପ୍ରଥମେ ‘ୟୁରୋପିଆନ୍‌ ମେଡିଟେରିଆନ୍‌ ସିସ୍‌ମୋଲୋଜିକାଲ୍‌ ସେଣ୍ଟର୍‌’ କହିଥିଲେ ବି ପରେ ସଂଶୋଧନ କରି ତାହା ୫.୭ ବୋଲି ଉଲ୍ଲେଖ କରିଛି । ଘରର ଛାତ ଓ କାନ୍ଥ ପଡ଼ିଯିବାରୁ ଅଧିକାଂଶ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

Comments (0)
Add Comment