୪ ଜିଲ୍ଲାରେ ମୃଦୁ ଭୂମିକମ୍ପ

ଆଜି ରାଜ୍ୟର ୪ ଜିଲ୍ଲାରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । କନ୍ଧମାଳ, ବୌଦ୍ଧ, ନୟାଗଡ଼ ଓ ଗଞ୍ଜାମରେ ମୃଦୁ ଭୂମିକମ୍ପ ହୋଇଛି । ଗଞ୍ଜାମରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଛି । ଭୂମିକମ୍ପ ଆଜି ସକାଳ ୧୧ଟା ୧୯ ମିନିଟ୍ ୧୦ ସେକେଣ୍ଡର ହୋଇଥିବା ବେଳେ ସମସ୍ତ ସ୍ଥାନରେ ଝଟକା ଅନୁଭୂତ ହୋଇଥିଲା ।। ତେବେ ମୃଦୁ ଭୂମିକମ୍ପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖିବାକୁ ମିଳିଥିଲା । ଲୋକେ ଭୟରେ ଘରୁ ଦୌଡ଼ି ବାହାରକୁ ପଳାଇ ଆସିଥିଲେ । ତିବ୍ରତା କମ୍ ଥିବାରୁ କୌଣସି କ୍ଷତି ହୋଇନଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କାର୍ୟ୍ୟାଳୟ ।

Comments (0)
Add Comment