ଆକାଶ ପାଠକଙ୍କ ଆକାଉଂଟକୁ ଏତେ ଟଙ୍କା ଆସିଲା କେଉଁଠୁ ? କିଏ ଆକାଶଙ୍କ ଆକାଉଂଟକୁ ଏତେ ଟଙ୍କା କାହିଁକି ପଠାଇଛି? ତାର ଖୋଳତାଡ଼ କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ । ତଦନ୍ତ ବେଳେ ଆକାଶଙ୍କ ଆକାଉଂଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଥିବା ଜଣାପଡିବା ପରେ ତଦନ୍ତ ପାଇଁ ଭିଜିଲାନ୍ସ ଇଡି ଓ ଆୟକର ବିଭାଗକୁ ଭିଜିଲାନ୍ସ ଚିଠି ଲେଖିଥିଲା । ଚିଠି ପାଇବା ପରେ ତଦନ୍ତ ପକ୍ରିୟା ଆରମ୍ଭ କରିଛି ଇଡି । ବେଆଇନ ଆର୍ଥିକ କାରବାର ନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ ଖୋଳତାଡ଼ କରିବ । ପାଠକ ବାପା, ପୁଅଙ୍କ ସହ ଟଙ୍କା କାରବାରରେ ସଂପୃକ୍ତି ଥିବା ବ୍ୟକ୍ତିଙ୍କୁ ମଧ୍ୟ ଇଡି ସମନ କରିବ ।
ଆକାଶଙ୍କ ଆକାଉଂଟରେ ୯ କୋଟି ୪୮ ଲକ୍ଷର ଟଙ୍କା ସିଧାସଳଖ ଜମା ହୋଇଥିବା ବେଳେ ୫ କୋଟି ୨୯ ଲକ୍ଷ ଟଙ୍କା ଆକାଉଂଟକୁ ଟ୍ରାନ୍ସଫର କରାଯାଇଛି । ଭିଜିଲାନ୍ସ ତଦନ୍ତ ବେଳେ ମୋଟ ଆକାଶଙ୍କ ଆକାଉଂଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଥିବା ଜାଣିବାକୁ ପାଇଥିଲା । ଆକାଶଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ବେନାମୀ ଭାବେ କୋଟି କୋଟି ଟଙ୍କା କାରବାର ହୋଇଥିବା ଦର୍ଶାଇ ଅର୍ଥନୈତିକ ଅପରାଧ ଆଇନ ଅନୁସାରେ ଏହାର ତଦନ୍ତ କରିବାକୁ ଚିଠି ଲେଖିଥିଲା ଭିଜିଲାନ୍ସ । ବେନାମୀ ଅର୍ଥ ନେଣ ଦେଣ ନିରୋଧ ଆଇନ ୧୯୮୮ ଆଧାରରେ ତଦନ୍ତ କରିବାକୁ ଆୟକର ବିଭାଗ ଚିଠି ଲେଖିଥିଲା ଭିଜିଲାନ୍ସ