ନିର୍ବାଚନୀ ବିଜୟ ଉତ୍ସବ ମନା

ମାଡ୍ରାସ ହାଇକୋର୍ଟଙ୍କ କଡ଼ା ସମାଲୋଚନାର ଦିନକ ପରେ ନିର୍ବାଚନ କମିସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ବିଜୟ ଶୋଭାଯାତ୍ରା ଉପରେ କଟକଣା ଲଗାଇଲେ ନିର୍ବାଚନ କମିଶନ । ମେ ୨ ଗଣତି ଦିନ କିମ୍ବା ପରେ କୌଣସି ବିଜୟ ଶୋଭାଯାତ୍ରା ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ନେଇ ଖୁବ ଶୀଘ୍ର ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଜଣାପଡିଛି । ମେ’ ୨ରେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀର ନିର୍ବାଚନ ଗଣତି ହେବ ।

ମେ ୨ରେ ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ହେଲେ କୋଭିଡ୍ ପାଇଁ କୌଣସି ଦଳ ରୋଡ ଶୋ’ କିମ୍ୱା ଏକାଠି ହୋଇ ସେଲିବ୍ରେସନ କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନର କହିଛନ୍ତି। ଏହି ନିୟମ କଡ଼ାକଡ଼ି ଭାବରେ ପାଳନ ହେବ ବୋଲି ନିର୍ବାଚନ କମିଶନର କହିଛନ୍ତି। ଅଧିକ ଲୋକ ଏକଜୁଟ ହେଲେ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି ।ଏଥିସହ ବିଜୟ ପ୍ରାର୍ଥୀଙ୍କ ସହ ୨ ଜଣରୁ ଅଧିକ ବ୍ୟକ୍ତି ବିଜୟ ପ୍ରମାଣପତ୍ର ଆଣିବାକୁ ଯିବେ ନାହିଁ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି ମାଡ୍ରାସ୍ ହାଇକୋର୍ଟ କରୋନା ସଂକ୍ରମଣ ପାଇଁ ନିର୍ବାଚନ ଆୟୋଗର ଅଧିକାରୀଙ୍କ ଉପରେ ହତ୍ୟା ମାମଲା ରୁଜୁ ହେବା ଉଚିତ୍ ବୋଲି କହିଛନ୍ତି । ଦ୍ୱିତୀୟ ଲହରରେ ସଂକ୍ରମଣ ବଢ଼ିବା ପାଇଁ ନିର୍ବାଚନ କମିଶନଙ୍କୁ ଗତକାଲି ଦାୟୀ କରି ଭର୍ତ୍ସନା କରିଥିଲେ ମାଡ୍ରାସ ହାଇକୋର୍ଟ ।

Comments (0)
Add Comment