ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି

ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ । ଜିଲ୍ଲାପାଳଙ୍କୁ ଭୋଟବାକ୍ସର ତାଲିକା ମାଗିଲେ ନିର୍ବାଚନ କମିଶନ । ୨୬ ଜୁଲାଇ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ରାଜ୍ୟରେ ଆସନ୍ତା ବର୍ଷ ଅର୍ଥାତ ୨୦୨୨ ମସିହା ଫେବୃୟାରୀ ମାସରେ ପଞ୍ଚୟତ ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟ ନିର୍ବାଚନ କମିଶନ କାର୍ୟ୍ୟ ଆରମ୍ଭ କରିଦେଇଛନ୍ତି । ଯଦି ତ୍ରିସ୍ତରୀୟ ପଂଚାୟତିରାଜ ନିର୍ବାଚନକୁ ନିର୍ଦ୍ଧାରିତ ସମୟରେ କରିବାକୁ ସରକାର ନିଷ୍ପତ୍ତି ନିଅନ୍ତି ତେବେ ୨୦୨୨ ଆରମ୍ଭରୁ ନିର୍ବାଚନ ବାତାବରଣ ଜୋର ଧରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନର । ବାଲାଟ୍ ବକ୍ସ ପ୍ରସ୍ତୁତ ରଖିବା ପାଇଁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି କମିଶନର । ରାଜ୍ୟ ସରକାର ପଞ୍ଜାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି ଗତ ୨୯ ତାରିଖରେ ନିର୍ବାଚନ କମିଶନରଙ୍କୁ ଜଣାଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ପଂଚାୟତ ନିର୍ବାଚନରେ ୫୦ ସିଟ ସଂରକ୍ଷଣ କରିବା ନିୟମ ରହିଛି । ଏବଂ ଦ୍ୱିତୀୟଟି ହେଉଛି ସୀମା ପୁନଃ ନିର୍ଦ୍ଧାରଣ । କିନ୍ତୁ ଏହି ୨ଟି ପ୍ରକିୟା ଏଯାଏଁ ଆରମ୍ଭ ହୋଇଥିବାର ସଂକେତ ମିଳୁନାହିଁ ।

Comments (0)
Add Comment