ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼

ଆଜି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପଡୁଥିବା ବେଳେ, ବିଭିନ୍ନ ସ୍ଥାନରୁ ଆସିଛି ହିଂସାର ଚିତ୍ର । ସାଲେପୁର ଶିଶୁଆ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ତଥା ବିଜେଡି ନେତା ଓ ଆତ୍ମା ବ୍ଲକ ସଭାପତି ଦିଲ୍ଲୀପ ଦାଶଙ୍କ ଘର ଉପରକୁ ବୋମାମାଡ଼ ହୋଇଛି । ଝରକାରେ ମାଡ ହୋଇ ଘର ଭିତରେ ବୋମା ବିସ୍ଫୋରଣ ହେବାରୁ ଦିଲ୍ଲୀପଙ୍କ ଶିକ୍ଷୟିତ୍ରୀ ପତ୍ନୀ ନିରୁପମା ପତି ଗୁରୁତର ଆହତ ହୋଇଛନ୍ତି ।

ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ଦିଲୀପ ଗତକାଲି ନିଜ ପଞ୍ଚାୟତରେ ଏକ ୱାର୍ଡରେ କୌଣସି କାର୍ଯ୍ୟରେ ଥିବାବେଳେ ଏଭଳି ଘଟଣା ଘଟିଥିଲା । ବୋମାମାଡ଼ରେ ଦିଲ୍ଲୀପଙ୍କ ପତ୍ନୀ ନିରୁପମା ପତି ଆହତ ହୋଇଛନ୍ତି । ଏନେଇ ଦିଲୀପ ସାଲେପୁର ପୋଲିସକୁ ସୂଚନା ଦେଇଛନ୍ତି । ରାଜନୈତିକ ଶତ୍ରୁତା ରଖି କିଏ ଏପରି କରିଥାଇପାରେ ବୋଲି କହିଛନ୍ତି ଦିଲୀପ ।

ସେପଟେ ଏନେଇ ଦିଲ୍ଲୀପ ଦାସ ପ୍ରତିକ୍ରିୟା ରଖି କହିଛନ୍ତି, ମୋର କାହା ସହିତ ସତ୍ରୁତା ନାହିଁ । କିଛି ପିଲା ମୋଠାରୁ ଅଲଗା ହୋଇ ମୋ ବିରୋଧରେ କାମ କରୁଛନ୍ତି । ଗତ କିଛିଦିନ ତଳେ ମୋ ଘର ଉପରକୁ ଇଟା ପଥର ମାଡ କରିଥିଲେ । କିନ୍ତୁ ମୁଁ ଥାନାରେ କୌଣସି ପ୍ରକାର ଲିଖିତ ଅଭିଯୋଗ କରିନଥିଲି । ପୋଲିସଙ୍କୁ ଜଣାଇଥିଲି, ପୋଲିସ ଆସି ଦେଖିକି ଯାଇଥିଲେ । ଆଉ ଆଜି ବୋମା ମାଡ ହୋଇଛି । 

Comments (0)
Add Comment