ଏପ୍ରିିଲରୁ ନିସ୍ତାର ନାହିଁ..

ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବା ବେଳେ ଆଜି କେନ୍ଦ୍ର ସରକାର ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କୁ ଟେଷ୍ଟ, ଟ୍ରାକ୍‌ ଏବଂ ଟ୍ରିଟ୍‌ ପଲିସି ଦୃଢ଼ ଭାବେ ଲାଗୁ କରିବାକୁ ନିର୍ଦେଶ ଦିଆଯାଇଛି। କ୍ୱାରେଣ୍ଟାଇନ ଓ ଆଇସୋଲେସନ ନିୟମକୁ ଠିକ୍‌ ଭାବେ ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଆବଶ୍ୟକ ପଡିଲେ ମାଇକ୍ରୋ ଲେବଲ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

କୋଭିଡ କଟକଣାକୁ କଡାକଡି କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ଯାହା କଟକଣା ଚାହିଁବ ଲଗାଇ ପାରିବ ବୋଲି ଗାଇଡଲାଇନରେ କୁହାଯାଇଛି। ଏହାର ଅର୍ଥ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଲକଡାଉନ ଓ ଶଟଡାଉନ ଭଳି ପଦକ୍ଷେପ ନେଇପାରିବେ।ସେହିପରି ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ଗାଇଡଲାଇନରେ କୁହାଯାଇଛି। ଯେଉଁ ସବୁ ରାଜ୍ୟରେ ଆରଟିପିସିଆର ଟେଷ୍ଟ କମ ରହିଛି, ତା’କୁ ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ ଲେଭେଲରେ କଣ୍ଟେନମେଣ୍ଟ ପାଇଁ ‌ଜୋର ଦେବା ସହ ସମସ୍ତ ଜିଲ୍ଲା ଅଧିକାରୀ ଜିଲ୍ଲାର କଣ୍ଟେନମେଣ୍ଟ ଜୋନ୍‌ ସମ୍ପର୍କରେ ଓ୍ବେବସାଇଟ୍‌ରେ ପ୍ରକାଶ କରିବାକୁ ମଧ୍ୟ ରାଜ୍ୟକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଏହା ବ୍ୟତୀତ ମାସ୍କ, ସାନିଟାଇଜର, ସାମଜିକ ଦୂରତାକୁ ନେଇ ନିୟମ ଏବଂ ଫାଇନ୍‌ ସମ୍ପର୍କରେ ରାଜ୍ୟ ସରକାର। ଜିଲ୍ଲା ଏବଂ ତହସିଲରେ କଟକଣା ଲଗାଇପାରିବେ ସରକାର। ତେବେ କଣ୍ଟାକ୍ଟ ଟ୍ରେସିଂ ଜରିଆରେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଅନ୍ତଃରାଜ୍ୟ ଚଳାଚଳ ଉପରେ କୌଣସି କଟକଣା ନାହିଁ ବୋଲି ଜଣାପଡିଛି। ଏପ୍ରିଲ ପହିଲାରୁ ୩୦ ତାରିଖ ପର୍ୟ୍ୟନ୍ତ ଏହି କଟକଣା ଲାଗୁ ହେବ ।

Comments (0)
Add Comment