କେନ୍ଦ୍ରୀୟ ଟିମର କରୋନା ସମୀକ୍ଷା

ରାଜ୍ୟରେ କୋଭିଡ୍ ସ୍ଥିତି ଅନୁଧ୍ୟାନ ସହ କୋଭିଡ୍ ନିୟନ୍ତ୍ରଣ ପାଇଁ ଓଡିଶାରେ ପହଚିଂଛି କେନ୍ଦ୍ରୀୟ ଟିମ । କୋଲକତା ଜନସ୍ୱାସ୍ଥ୍ୟ ବିଭାଗର ଡାକ୍ତର ପ୍ରଫେସର ଶିବାନୀ ଦତ୍ତ ଭୁବନେଶ୍ୱରରେ ପହଚିଂଛନ୍ତି । ତାଙ୍କ ସହ ଯୋଗଦେବେ ଭୁବନେଶ୍ୱର ଏମସର ଡାକ୍ତର ପ୍ରଶାନ୍ତ ମହାପାତ୍ର । ୨ ଜଣିଆ ଟିମ ଆସନ୍ତାକାଲି ଅଧିକ ସଂକ୍ରମିତ ଜିଲ୍ଲା ଗସ୍ତ କରିବେ । ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା ଜାରି ରହିଛି ।

ପ୍ରାଥମିକ ଆଲୋଚନା ପରେ କେନ୍ଦ୍ରୀୟ ଟିମ ଅଧିକ ସଂକ୍ରମିତ ଜିଲ୍ଲାକୁ କ୍ଷେତ୍ର ପରିଦର୍ଶନରେ ଯିବାର କାର୍ୟ୍ୟକ୍ରମ ରହିଛି । କୋଭିଡ ପରିଚାଳନା,କଂଟେନମେଂଟ ଜୋନ ନେଇ ଆଲୋଚନା ହେବ । କ୍ଷେତ୍ର ପରିଦର୍ଶନ ପରେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବେ । କୋଭିଡ୍ ସୁପରିଚାଳନା ପାଇଁ ପରାମର୍ଶ ଦେବ ଏହି ଟିମ୍ । ଏବଂ ଶେଷରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି ଶିବାନୀ ଦତ୍ତ । ସେହିପରି ଆସନ୍ତା ଅଗଷ୍ଟ-ସେପଟେମ୍ବରରେ ତୃତୀୟ ଲହର ଆସିପାରେ ବୋଲି କହିଛନ୍ତି ଶିବାନୀ ଦତ୍ତ ।

ଦେଶରେ କରୋନା ସଂକ୍ରମଣ ହାର କମୁଥିବା ବେଳେ ୬ ଟି ରାଜ୍ୟରେ କିନ୍ତୁ ସଂକ୍ରମଣ କମୁନି । ଓଡିଶା ସମେତ କେରଳ, ଅରୁଣାଚଳପ୍ରଦେଶ , ତ୍ରିପୁରା,ଛତିଶଗଡ,ଓ ମଣିପୁରରେ ଅଧିକ ସଂକ୍ରମିତ ଅଧିକ ଚିହ୍ନଟ ହେଉଥିବାରୁ ଏହି ସମସ୍ତ ରାଜ୍ୟକୁ କରୋନା ସ୍ଥିତିର ସମୀକ୍ଷା ପାଇଁ କେନ୍ଦ୍ରୀୟ ଟିମ ପଠାଯାଇଛି ।

Comments (0)
Add Comment