ବାତ୍ୟା ‘ୟସ’ ସମୀକ୍ଷା ପରେ ଓଡ଼ିଶା ପାଇଁ ୫ ଶହ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳେ ବାତ୍ୟା ଯାସ କ୍ଷୟକ୍ଷତି ଆକଳନ କରିବା ପରେ ପ୍ୟାକେଜ ଘୋଷଣା କରିଛନ୍ତି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ବାତ୍ୟା ଦ୍ବାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଓଡ଼ିଶା ପକ୍ଷରୁ କୌଣସି କେନ୍ଦ୍ରୀୟ ସହାୟତା ଦାବି କରାଯ଼ାଇନଥିଲା । କିନ୍ତୁ ବାତ୍ୟା ପରବର୍ତ୍ତୀ ସହାୟତା ଓ ପୁନର୍ନିର୍ମାଣ ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ୫୦୦ କୋଟିର ସହାୟତା ପ୍ରଦାନ କରିଛନ୍ତି।
ୟସ୍ ବାତ୍ୟା ପାଇଁ ମୋଟ ୧୦୦୦ କୋଟି ଟଙ୍କାର ସହାୟତା ରାଶି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ କେବଳ ଓଡ଼ିଶାକୁ ୫୦୦ କୋଟି ମିଳିବ । ବାତ୍ୟା ୟାସର ପ୍ରଭାବ ଓଡିଶାରେ ଅଧିକ ପଡିଥିବାରୁ ଓଡ଼ିଶାକୁ ଅଧିକ ସହାୟତା ରାଶି ମିଳିଛି । ସେହିଭଳି ବାତ୍ୟା ପ୍ରଭାବରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଓ ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ସହାୟତା ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସେହିଭଳି ବାକି ୫୦୦ କୋଟି ଉଭୟ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ପାଇଁ ଘୋଷଣା କରାଯାଇଛି ।
ସେପଟେ ଓଡିଶାର କ୍ଷୟକ୍ଷତି ଆକଳନ କରିବାକୁ ଖୁବଶୀଘ୍ର ଏକ କେନ୍ଦ୍ରୀୟ ଟିମ ଆସିବ । ଆନ୍ତଃମନ୍ତ୍ରୀସ୍ତରୀୟ ଟିମର ରିପୋର୍ଟ ଆଧାରରେ ପରବର୍ତ୍ତୀ ସହାୟତା ରାଶି ଘୋଷଣା କରାଯିବ ବୋଲି ମଧ୍ୟ ଉଲ୍ଲେଖ ରହିଛି । ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଚିଂବା ପରେ ଏକ ବାତ୍ୟା ସମୀକ୍ଷା ବୈଠକ କରାଯାଇଥିଲା । ବିମାନବନ୍ଦରରେ ବସିଥିବା ସମୀକ୍ଷା ବୈଠକରେ ଓଡିଶା ତରଫରୁ କ୍ଷୟୟତି ବାବଦ ଅର୍ଥ ରାଶି ଦାବି କରାଯାଇନଥିଲା । ବରଂ ବାତ୍ୟା ନିରୋଧୀ ଭିତ୍ତିଭୂମି ଦାବି କରିଥିଲା ଓଡ଼ିଶା । ଏହାସହ ବାତ୍ୟା କ୍ଷୟକ୍ଷତିର ଭରଣା ରାଜ୍ୟ ନିଜେ କରିବ ବୋଲି ଜଣାଯାଇଛି ।