ମୃତ ବ୍ୟକ୍ତିଙ୍କ ନାଁରେ ବୀମା । ମୃତ ବ୍ୟକ୍ତିଙ୍କ ନାଁରେ ବୀମା କରି ଗିରଫ ହେଲେ ଏଲଆଇସି ଏଜେଂଟ । ଖୋର୍ଦ୍ଧା ଏଲଆଇସି କାର୍ୟ୍ୟାଳୟର ଏଜେଂଟ କବିରାଜ ବେହେରାଙ୍କୁ ଗିରଫ କରିଛଇ ଇଓଡବ୍ଲୁ । ୨୩ଜଣ ମୃତ ବ୍ୟକ୍ତିଙ୍କ ନାଁରେ ବୀମା କରି ୧କୋଟି ୮୧ଲକ୍ଷ ଟଙ୍କା ବୀମା ଅର୍ଥ ଉଠାଇଥିବା ଅଭିଯୋଗ ହୋଇଛି ।
୨୦୦୫ରୁ ୨୦୦୯ ମସିହା ଭିତରେ ୨୩ଜଣ ମୃତ ବ୍ୟକ୍ତିଙ୍କ ନାଁରେ ବୀମା କରି ୧କୋଟି ୮୧ଲକ୍ଷ ଟଙ୍କା ବୀମା ଅର୍ଥ ଉଠାଇ ନେଇଥିବା ଅଭିଯୋଗ ରହିଛି । କବିରାଜ ବେହେରା ୨୦୦୩ ରୁ ଏଲଆଇସି ଏଜେଣ୍ଟ ଭାବରେ କାର୍ୟ୍ୟ କରୁଛନ୍ତି । ସେ ୨୦୧୩ ରୁ ୨୦୧୯ ମଧ୍ୟରେ ଅଭିଯୁକ୍ତ ଏହି ଜାଲିଆତି କରିଥିବା ଜଣାଯାଇଛି । ମିଥ୍ୟା ଭାବରେ ଚାରିଜଣ ମୃତ ବ୍ୟକ୍ତିଙ୍କ ନାମରେ ୨୩ ଟି ଏଲଆଇସି ପଲିସିର ବୀମା ରାଶି ପଇଠ କରି ସେ ଅର୍ଥ ହଡ଼ପ କରିଥିବାର ଅଭିଯୋଗ ହୋଇଛି । ସେମାନଙ୍କୁ ଜୀବିତ ଦର୍ଶାଇ ସେ ଅର୍ଥ ହଡ଼ପ କରିବାର ଯୋଜନା କରିଥିଲେ ।
ଅଭିଯୁକ୍ତଙ୍କୁ ଖୋର୍ଦ୍ଧା କୋର୍ଟର ହାଜର କରିଛି ଇଓଡବ୍ଲୁ । ଅଭିଯୁକ୍ତ ଆହୁରି ଏକାଧିକ ମୃତକଙ୍କ ନକଲି ବୀମା କରି କୋଟି କୋଟି ଟଙ୍କା ହଡ଼ପ କରିଥାଇପାରନ୍ତି ବୋଲି ସନ୍ଦେହ କରୁଛି । ସେଥିପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବ । ବଡ଼ କଥା ହେଉଛି ଅଭିଯୁକ୍ତ ଜଣକ ଯେଉଁ ମୃତ ବ୍ୟକ୍ତିଙ୍କ ନାଁ ରେ ନକଲି ବୀମା କରି ଥିଲେ ସେସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ନିଜେ ପରିଚଳନ କରୁଥିଲେ, ଯେଉଁଥିପାଇଁ ବୀମା ଟଙ୍କା ସହଜରେ ଉଠାଇ ପାରୁଥିଲେ ।