୫୦୦ କୋଟି ଟଙ୍କାର ଠକ ଗିରଫ

୫୦୦ କୋଟି ଟଙ୍କାର ଠକ ଗିରଫ । ମଲ୍ଟି ଷ୍ଟେଟ୍ ଚିଟ୍ ଫଣ୍ଡ ଠକ ନିଖିଳାନନ୍ଦ ପଶୁପାଳକ ଗିରଫ । ୫୦୦ କୋଟି ଟଙ୍କାର ଠକେଇ ମାମଲାରେ ଗିରଫ କଲା ଇଓଡବ୍ଲ୍ୟୁ । ପର୍ଶୁରାମ ବେହେରାଙ୍କ ଅଭିଯୋଗ ଆଧାରରେ ତାକୁ ଗିରଫ କରିଛି ଇଓଡବ୍ଲ୍ୟୁ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ତା’ ନାଁରେ ରହିଥିଲା ଠକେଇ ଅଭିଯୋଗ ।

ଗଞ୍ଜାମ ଜିଲ୍ଲା ଲୋଚାପଡ଼ାରେ ରିଜିଓନାଲ ଅଫିସ ଖୋଲିଥିଲେ ନିଖିଳାନନ୍ଦ । ଓଡ଼ିଶା ଅଫିସର ଏମଡି ରହିଥିଲେ ରମଣ ସିଂ ଓ ସେକ୍ରେଟାରୀ ରାକେଶ କୁମାର । ନିଖିଳାନନ୍ଦ ପଶୁପାଳକଙ୍କ ଅଧୀନରେ ଦୁହେଁ କାମ କରୁଥିଲେ । ଠକେଇ ନେଇ ନିଖିଳାନନ୍ଦ ପଶୁପାଳକଙ୍କ ନାଁରେ ଅଭିଯୋଗ କରିଥିଲେ ପର୍ଶୁରାମ ବେହେରା । ପର୍ଶୁରାମ ବେହେରାଙ୍କ ଅଭିଯୋଗ ଆଧାରରେ ତଦନ୍ତ ହୋଇଥିଲା । ୨୦୧୨ରୁ ଫେରାର ଥିଲା ନିଖିଳାନନ୍ଦ ପଶୁପାଳକ । ଲୋକଙ୍କଠାରୁ ଟଙ୍କା ଠକି ନିଖିଳାନନ୍ଦ ପଶୁପାଳକ ଫିଲ୍ମ ନିର୍ମାଣଚ ମଧ୍ୟ କରିଥିବା ଜଣାପଡ଼ିଛି ।

ସେ ସସେକ୍ସ ଅନଲାଇନ୍ ସର୍ଭିସ୍ ସିଷ୍ଟମ ବା ‘ଏସଓଏସସ୍’ ନାମକ କମ୍ପାନୀ ଚଳାଇଆସୁଥିଲା । ଦେଶର ବିଭିନ୍ନ ସ୍ଥାନରେ ରିଜିଓନାଲ୍ ଅଫିସ୍ ଗୁଡ଼ିକ ଖୋଲି ସେ ଲୋକଙ୍କୁ ଲଗାଉଥିଲା ଚୁନା । ଆଉ ସେସବୁ କମ୍ପାନୀର ମୁଖ୍ୟ ଥିଲେ ନିଖିଳାନନ୍ଦ û ଗରିବ ଲୋକଙ୍କୁ ବିଭିନ ସ୍କିମର ପ୍ରଲୋଭନ ଦେଖାଇ ସେ ତାଙ୍କଠାରୁ ଟଙ୍କା ଲୁଟୁଥିଲା । ଏମିତି କରି କମ୍ପାନୀ ୫୦୦ ଟଙ୍କାର ଠକେଇ କରିନେଇଥିଲା । ଏହି ଟଙ୍କାକୁ ସେ ଭୋଜପୁରୀ ସିନେମାରେ ଲଗାଉଥିଲା । ଉତ୍ତର ପ୍ରଦେଶର ଗାଜିଆବାଦରେ ଥିଲା ନିଖିଳାନନ୍ଦଙ୍କର ଅଫିସ୍ । ଏବେ ସେ ଇଓଡବ୍ଲ୍ୟୁ ପଞ୍ଝାରେ ।

Comments (0)
Add Comment