ମେ’ରେ ନବମ ପରୀକ୍ଷା ନିଷ୍ପତି


ମେ’ ରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତି । ଗୋଟିଏ ପଟେ କରୋନା ଉଗ୍ର ହେଉଥିବା ବେଳେ ଅନ୍ୟପଟେ ନବମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ କି ନାହିଁ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଧୀରେ ଧୀରେ କଟକଣା ବଢୁଥିବା ବେଳେ ପରୀକ୍ଷା ଉପରେ ମଧ୍ୟ ଆଶଙ୍କାର କଳାବାଦଲ ଘୂରି ବୁଲୁଛି । ଏଭଳି ସ୍ଥିତିରେ ଆସନ୍ତା ଏପ୍ରିଲ ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନେଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସରକାର ଚାହୁଁଛନ୍ତି ନବମ ଶ୍ରେଣୀ ପିଲା ପରୀକ୍ଷା ଦିଅନ୍ତୁ, ଆଉ ଏଥିପାଇଁ ମଧ୍ୟ ସରକାର ପ୍ରସ୍ତୁତ ଅଛନ୍ତି । କିନ୍ତୁ କରୋନା ପାଇଁ ଏପ୍ରିଲ ୩୦ ଯାଏଁ ପାଠପଢା ବନ୍ଦ ରହିଛି । ତେଣୁ କୌଣସି ନିଷ୍ପତି ନିଆଯାଇପାରୁନାହିଁ । କାରଣ ନବମ ଶ୍ରେଣୀର କୋର୍ସ ପ୍ରାୟତଃ ଶେଷ ହୋଇଥିବା ବେଳେ ସବୁ କୋର୍ସ କିନ୍ତୁ ଏଯାଏଁ ସରିନି । ଆଉ ଏଭଳି ସ୍ଥିତିରେ କରୋନାର ଦ୍ୱିତୀୟ ଲହର ଦେଶରେ ଭୟଙ୍କର ସ୍ଥିତି ଉତ୍‌ପନ କଲାଣି । ତେଣୁ ଏପ୍ରିଲ ୩୦ ପରେ କରୋନାର ଦ୍ୱିତୀୟ ଲହରର ସ୍ଥିତି କଣ ରହୁଛି, କଟକଣା ଜାରି ହେଉଛି କି ନାହିଁ ତାହାକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯିବ ।

ପରୀକ୍ଷା ପୂର୍ବରୁ କିମ୍ବା ଦେଉଥିବା ସମୟରେ ଛାତ୍ରଛାତ୍ରୀ କୋଭିଡ ଆକ୍ରାନ୍ତ ହେଲେ ସେମାନଙ୍କୁ ବିକଳ୍ପ ବ୍ୟବସ୍ଥା ଜରିଆରେ ମାର୍କ ଦେବାକୁ ସିବିଏସଇ ନିଷ୍ପତ୍ତି ନେଇଛି । ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କର ଯେପରି ଗୋଟିଏ ବର୍ଷ ନଷ୍ଟ ନ ହୁଏ ସେଥିଲାଗି ଏହି ପଦକ୍ଷେପ ନେଇଛି ସିବିଏସଇ । ଆମେ ଏହାକୁ ଅନୁଧ୍ୟାନ କରିବୁ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସମୀର ।

EWS କୋଟା ୱେବସାଇଟରେ ଏଯାଏ କିଛି ଘରୋଇ ସ୍କୁଲ ପଞ୍ଜିକରଣ କରିନାହାନ୍ତି। ସେଥିଲାଗି ସ୍କୁଲ ପଞ୍ଜିକରଣ ଅବଧିକୁ ଏପ୍ରିଲ ୨୩ ଯାଏଁ ବଢାଯାଇଛି ଓ ଆର୍ଥିକ ଅନଗ୍ରସର ବର୍ଗ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ତାରିଖ ଏପ୍ରିଲ ୩୦କୁ ବୃଦ୍ଧି କରାଯାଇଥିବା କହିଛନ୍ତି ସମୀର ।

Comments (0)
Add Comment