ଫେସବୁକ ଏବେ ‘ମେଟା’

ଫେସବୁକ୍ କଂପାନୀର ନାଁ ବଦଳିଲା । ଏଣିକି ଫେସବୁକ୍ କଂପାନୀର ନାଁ ରହିବ ମେଟା । ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି ।ସାରା ବିଶ୍ୱର ଲୋକମାନଙ୍କୁ ଏକତ୍ର କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି ମାର୍କ ଜୁକରବର୍ଗ କହିଛନ୍ତି । ଆପ୍ଲିକେସନ ମାଧ୍ୟମରେ ଫେସବୁକ୍ କମ୍ପାନୀକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଫେସବୁକର ନାଁ ବଦଳାଯାଇଛି ବୋଲି ଫେସବୁକ୍ ମୁଖ୍ୟ ଜୁକରବର୍ଗ ଘୋଷଣା କରିଛନ୍ତି ।କଂପାନୀର ନାଁ ବଦଳୁଥିଲେ ମଧ୍ୟ ଫେସବୁକ ସହ ଜଡିତ ସୋସିଆଲ ମିଡିଆ ଗୁଡିକର ନାଁ ଅପରିବର୍ତ୍ତିତ ରହିବ । ଯେପରିକି ଫେସବୁକ, ଇନଷ୍ଟାଗ୍ରାମ୍ ଓ ହ୍ୱାଟସଆପର ନାଁ ବଦଳିବ ନାହିଁ ।
ଜୁକରବର୍ଗ କହିଛନ୍ତି ଯେ ଡିଜିଟାଲ୍ ଦୁନିଆ ଆମ ଦ୍ୱାରା ନିର୍ମିତ ହୋଇଛି, ଯେଉଁଥିରେ ଭର୍ଚୁଆଲ୍ ରିଅଲିଟି ହେଡସେଟ୍ ଏବଂ ଏଆଇ ଅନ୍ତର୍ଭୁକ୍ତ ରହିଛି । ମେଟା ମୋବାଇଲ୍‌ ଇଣ୍ଟରନେଟ୍‌ର ସ୍ଥାନ ନେବ ବୋଲି ଜୁକରବର୍ଗ ଆଶା କରୁଛନ୍ତି । ମେଟାଭର୍ସ ପ୍ରୋଜିଏକ୍ଟ ନେଇ ଫେସବୁକ୍ ୨୦୨୧ ରେ ୧୦ ବିଲିୟନ ଡଲାର ବିନିଯୋଗ କରିଛି ।ମେଟାଭର୍ସ ପାଇଁ ହଜାର ହଜାର ଲୋକଙ୍କର ଆବଶ୍ୟକତା ଥିବା କମ୍ପାନୀ ଘୋଷଣା କରିଛି। ବର୍ତ୍ତମାନ କମ୍ପାନୀ ୧୦ ହଜାର ଲୋକଙ୍କୁ ନିଯୁକ୍ତି ଯୋଗାଇବାକୁ ପ୍ରସ୍ତୁତ ହେଉଛି ।
ଟାଭର୍ସର ଅର୍ଥ ହେଉଛି ଏକ ଭର୍ଚୁଆଲ୍-ରିଅଲିଟି ସ୍ପେସ୍, ଯେଉଁଥିରେ ଉପଭୋକ୍ତାମାନେ କମ୍ପ୍ୟୁଟର ଦ୍ୱାରା ସୃଷ୍ଟି ହେଉଥିବା ପରିବେଶରେ ପରସ୍ପର ସହିତ ଜୋଡି ହୋଇପାରିବେ ।

Comments (0)
Add Comment