ବନ୍ଧାହେଲେ ନକଲି ଡାକ୍ତରଙ୍କ ଭଉଣୀ

ଠକ ରମେଶ ସ୍ୱାଇଁଙ୍କ ଭଉଣୀକୁ ବାନ୍ଧିଛି ପୁଲିସ । ଏକାଧିକ ବିବାହରେ ସଂପୃକ୍ତି ଥିବା ଅଭିଯୋଗର ପ୍ରମାଣ ମିଳିବା ପରେ ରମେଶଙ୍କ ଭଉଣୀଙ୍କୁ ଗିରଫ କରାଯାଇଛି । ଏକାଧିକ ବିବାହ ଉତ୍ସବରେ ତାଙ୍କ ଭଉଣୀ ଉପସ୍ଥିତ ରହୁଥିଲେ । ଅଭିଯୋଗ କରିଥିବା ମହିଳାମାନେ ତାଙ୍କ ଭଉଣୀଙ୍କୁ ଚିହ୍ନିଛନ୍ତି । ରମେଶ ଏବଂ ତାଙ୍କ ଭଉଣୀଙ୍କୁ ସାମ୍ନାସାମ୍ନି ଜେରା କରିଥିଲା ପୋଲିସ । ଜେରା ବେଳେ ତାଙ୍କ ଭଉଣୀ ଅନେକ କଥା ଓଗାଳିଛନ୍ତି । ଜେରା ବେଳେ ଠକେଇ ନେଇ ପ୍ରମାଣ ମିଳିବାରୁ ତାଙ୍କୁ ଗିରଫ କରାଯାଇଛି ।
ରମେଶଙ୍କର ଏକାଧିକ ଠକେଇ ଘଟଣାରେ ଭଉଣୀ ସଂପୃକ୍ତ । ଠକେଇରେ ରମେଶଙ୍କୁ ଭଉଣୀ ସହଯୋଗ କରୁଥିଲେ । ତେବେ ଭଉଣୀ ଗିରଫ ହୋଇଥିବା ବେଳେ ଭିଣୋଇ ଫେରାର ଅଛନ୍ତି । ମେଶଙ୍କ ଖଂଟୁଣୀ ଫାର୍ମହାଉସ ତାଙ୍କ ପତ୍ନୀଙ୍କ ନାଁରେ ରହିଛି । ରମେଶ ସ୍ୱାଇଁ ଆନ୍ଧ୍ର ବ୍ୟବସାୟୀଙ୍କଠାରୁ ଚାରା ଆଣି ଏହି ଫାର୍ମ ହାଉସରେ ଲଗାଇଥିଲେ । ଖୁଂଟୁଣୀରେ ଥିବା ଏହି ଫାର୍ମ ହାଉସକୁ ରମେଶ ଅନେକ ମହିଳାଙ୍କୁ ନେଉଥିବା ଅଭିଯୋଗ ହୋଇଛି । ରମେଶଙ୍କ ଏହି ଫାର୍ମ ହାଉସକୁ ପୋଲିସ ସିଲ୍ କରିବ ବୋଲି ଜଣାପଡ଼ିଛି ।
ଢେଙ୍କାନାଳ କାମାକ୍ଷାନଗରରେ ମଧ୍ୟ ରମେଶ ସ୍ୱାଇଁଙ୍କର ଏକ ଘର ରହିଛି । ଏହି ଘର ଭିତରେ ରହିଛି ଏକ ଅନ୍ଧାରୀ ଗୁପ୍ତ ଭୂତଳ ଘର । ମାଟ୍ରିକ୍ ଫେଲ୍ ଡାକ୍ତର ରମେଶ ସ୍ୱାଇଁ ଜଣେ ଅଭିଜ୍ଞ ଜଣାଶୁଣା ଡାକ୍ତର ଥିଲେ । ଏହି ଗୁପ୍ତ କୋଠୀରରେ ସେ ନିଜର କ୍ଲିନିକ୍ ଖୋଲିଥିଲେ । ଆଉ ଏହି କ୍ଲିନିକର ନାଁ ରଖିଥିଲେ ସାଇଶ୍ରୀ ଏକ୍ସ-ରେ । ଏହି ଗୁପ୍ତ କ୍ଲିନିକରେ ହିଁ ନକଲି ଡାକ୍ତର ରମେଶ ସ୍ୱାଇଁ ଚିକିତ୍ସା ଚଳାଇଥିଲେ ।
ଏହାବାଦ ପତ୍ନୀ ତାଲିକା ଲମ୍ବାଇ ଚାଲୁଥିବା ଧୃତ ରମେଶ ନାଁରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ମେଡିକାଲ କଲେଜରେ ନାମ ଲେଖାଇଦେବାର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଧୃତ ରମେଶ ଚାରା ଘୋଟାଲା ବି କରିଛି।ଆଜି ନକଲି ଡାକ୍ତରଙ୍କ ୫ ଦିନିଆ ରିମାଣ୍ଡ ସରୁଥିବାରୁ ପୁଲିସ୍‌ ଅଧିକ ୭ ଦିନ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିବ ବୋଲି କହିଛନ୍ତି ଡିସିପି । ରମେଶଙ୍କ ନାଁରେ ଅଭିଯୋଗର ତାଲିକା ଲମ୍ବି ଚାଲିଥିବା ବେଳେ ତାଙ୍କୁ ଅଧିକ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି କହିଛନ୍ତି ଡିସିପି।

Comments (0)
Add Comment