ପ୍ରେମିକା ସହ ଫେରାର ସ୍ୱିଗି ବୟକୁ ମଧ୍ୟପ୍ରଦେଶରୁ ଅଣାଗଲା ଓଡ଼ିଶା । ନିଜେ ଅପହରଣ ନାଟକ ରଚିଥିବା ସ୍ୱିଗି ବୟ ପତିତପାବନ ପୃଷ୍ଟି ନିଜ ଅପହରଣର କାହାଣୀ କହୁଛି । ଜଣେ ଯୁବତୀଙ୍କୁ ସାଥୀରେ ନେଇ ସେ ମଧ୍ୟପ୍ରଦେଶ ପଳାଇ ଯାଇଥିଲା । ସ୍ପୋଶାଲ ସ୍କାର୍ଡର ୪ଜଣିଆ ଟିମ୍ ସେମାନଙ୍କୁ ଧରି ଓଡିଶା ଫେରିଛି । ଧଉଳୀ ଥାନାରେ ପତିତପାବନ ଓ ତା ସହ ଯାଇଥିବା ବାନ୍ଧବୀକୁ ପଚରାଉଚରା କରାଯାଉଛି ।
ସେପଟେ ଧଉଳୀ ଥାନାରେ ପହଂଚିଛନ୍ତି ପତିତପାବନଙ୍କ ପରିବାର । ତାଙ୍କ ସ୍ତ୍ରୀ ମଧ୍ୟ ପହଞ୍ଚିଛନ୍ତି । ତାଙ୍କ ସ୍ତ୍ରୀ କହୁଛନ୍ତି, ତା୍ଙ୍କ ସ୍ୱାମୀ କେବଳ ତାଙ୍କର । ସୋମବାର ଦିନ ମଧ୍ୟପ୍ରଦେଶ କଟନୀ ଜିଆରପି ପୁଲିସ ସେମାନଙ୍କୁ ଠାବ କରି କମିଶନରେଟ ପୁଲିସକୁ ଜଣାଇଥିଲେ । ପତିତପାବନ ଯେଉଁ ଜାଗାରେ ଅପହରଣ ଓ ମିଛ ନାଟକ ରଚିଥିଲା ସେହି ଜାଗାକୁ ପତିତପାବନଙ୍କୁ ନେଇ ପଚରାଉଚରା କରିପାରେ । ଧଉଳି ଥାନାପୁଲିସ ଗୋପ ପୁଲିସ ସହ ଯୋଗାଯୋଗ କରୁଛି । ପତିତପାବନ ପୃଷ୍ଟି ପ୍ରେମ ପାଇଁ ନିଜେ ରଚିଥିଲା ଅପହରଣର ନାଟକ । କିଡନାପର କରାଯାଇଥିବା ନେଇ ସେ ତାଙ୍କ ପତ୍ନୀଙ୍କୁ ଅଡିଓ ମେସେଜ୍ ପଠାଇଥିଲା । ଅଡିଓ ମେସେଜରୁ ତାଙ୍କୁ ଅପହରଣ କରାଯାଇନଥିବା ପୋଲିସ ସନ୍ଦେହ କରିଥିଲା ।