କୃଷକ କରିବେ ଭାରତ ବନ୍ଦ

ଚାଷୀ ବନାମ ସରକାର । ୪ ଥରର ବୈଠକ ପରେ ବି କିଛି ନିଷ୍କର୍ସ ନବାହାରିବାରୁ ଶେଷରେ ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ । ଡିସେମ୍ବର ୮ ତାରିଖ ଦିନ ଏହି ବନ୍ଦ ଡାକରା ଦିଆଯାଇଛି । କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି କୃଷକ । ନୂତନ କୃଷିବିଲକୁ ବିରୋଧ କରି ପଞ୍ଜାବ, ହରିଆଣା ଓ ଦେଶର ଅନ୍ୟକିଛି ରାଜ୍ୟର ଚାଷୀ ମାନେ ୯ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି ।

ବୈଠକ ପରେ ବୈଠକ ହେଉଛି । ହେଲେ ନିଷ୍କର୍ସ ବାହାରିପାରୁନାହିଁ । ଶୀତ କାକରରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଏନେଇ ଚାଷୀ ନେତା ଓ ସରକାରଙ୍କ ଭିତରେ ୪ ଥର ବୈଠକ ବସି ସାରିଲାଣି ।ହେଲେ ବୈଠକରେ କିଛି ନିସ୍ପତ୍ତି ବାହାରିପାରୁ ନଥିବା ବେଳେ ଚାଷୀ ମାନେ କିନ୍ତୁ ଆନ୍ଦୋଳନରୁ ଓହୁରିବାକୁ ରାଜି ହୋଇ ନାହାନ୍ତି । ଆସନ୍ତା କାଲି ପୁଣି ସରକାର ଓ କୃଷକ ମାନଙ୍କ ମଧ୍ୟରେ ବୈଠକ ବସିବ ।

ଗୋଟିଏ ପଟେ କେନ୍ଦ୍ର ସରକାର ନୂଆ କୃଷି ଆଇନରେ ସଂଶୋଧନ ପାଇଁ ବିଚାର କରିବାକୁ ରାଜି ହେଉଥିବା ବେଳେ ଅନ୍ୟପଟେ ଆନ୍ଦୋଳନରତ ଚାଷୀ କିନ୍ତୁ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ।ଦିଲ୍ଲୀ- ହରିଆଣା ସିଂଘୁ ବର୍ଡର, ଦିଲ୍ଲୀ-ୟୁପି ଗାଜିଆବାଦ ବର୍ଡର ସମେତ ଦିଲ୍ଲୀର ଅନ୍ୟାନ୍ୟ ସୀମାରେ ଚାଷୀମାନେ ନିଜ ଜିଦରେ ଅଡି ବସିଛନ୍ତି । ଦିଲ୍ଲୀ ସୀମାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Comments (0)
Add Comment