ଆନ୍ଦୋଳନ କର,ରାସ୍ତାରୋକ ନୁହେଁ

କୃଷକ ମାନଙ୍କର ଆନ୍ଦୋଳନ କରିବାର ଅଧିକାର କିନ୍ତୁ ରାସ୍ତା ଅବରୋଧ କରିପାରିବେ ନାହିଁ । ଚାଷୀ ଆନ୍ଦୋଳନ ନେଇ ଅଜି ସୁପ୍ରିମକୋର୍ଟରେ ଶୁଣାଣୀ ହୋଇଛି । ସୁପ୍ରିମକୋର୍ଟ କୃଷି ଆଇନ ଓ କୃଷକଙ୍କ ପ୍ରସଙ୍ଗରେ ଦାଖଲ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି । ଜଣେ ଆବେଦନକାରୀ ଆନ୍ଦୋଳନ ଫଳରେ ରାସ୍ତା ବନ୍ଦକୁ ନେଇ ସାଧାରଣ ଲୋକମାନେ ହଇରାଣ ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଏକ ମମଲା ଦାୟର କରିଥିଲେ । ଏହି ମାମଲାର ଶୁଣାଣି ଗତ କାଲି ହୋଇଥିଲା । ହେଲେ ଆଉ କିଛି ଶୁଣାଣି ଆଜିକୁ ବାକିଥିଲା । ଆଜି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦ୍ୱାରା ଗଠିତ ଖଣ୍ଡପୀଠ କହିଛନ୍ତି କି କୃଷକ ମାନଙ୍କର ଆନ୍ଦୋଳନ କରିବାର ଅଧିକାର ରହିଛି । ଏହା ଉପରେ ନ୍ୟାୟାଳୟ ହସ୍ତକ୍ଷେପ କରିପାରିବ ନାହିଁ । ହେଲେ ଆନ୍ଦୋଳନ ସମୟରେ ଯେମିତି କାହାର ଧନ ଜୀବନ ପ୍ରତି କ୍ଷତି ନପହଂଚିବ ତା ଉପରେ ନଜର ରଖିବାକୁ ହେବ । ଏହା ସହ ଆନ୍ଦୋଳନକାରୀ ମାନେ କୌଣସି ରାସ୍ତାକୁ ବନ୍ଦ କରିପାରିବେ ନାହିଁ ବୋଲି ମୁଖ୍ର ବିଚାରପତି ଏଏସ୍ ବୋବଡେ କହିଛନ୍ତି ।

ପଞ୍ଜାବ ସରକାରଙ୍କ ତରଫରୁ ପି ଚିଦାମ୍ବରମ ମାମଲାରେ ପକ୍ଷ ରଖିଥିଲେ । ସେ କହିଥିଲେ ଯେ, ଯଦି କୋର୍ଟ କମିଟି ଗଠନ କରନ୍ତି ତେବେ ପଞ୍ଜାବ ସରକାର ଏହାକୁ ନେଇ ଆପତ୍ତି ପ୍ରକାଶ କରିବେ ନାହିଁ । ସମସ୍ତ ପକ୍ଷ ଓ ତର୍କ ବିତର୍କ ପରେ କୋର୍ଟ କହିଥିଲେ ଯେ, ଧାରଣା କରିବା ପାଇଁ କାହାକୁ ମନା ନାହିଁ । କିନ୍ତୁ ଏହାର ଏକ ନିର୍ଦ୍ଦିଷ୍ଟ ଦିଗ ରହିବା ଦରକାର । ଆଲୋଚନା ମାଧ୍ୟମରେ କୌଣସି ସମାଧାନର ରାସ୍ତା ପାଇଁ ଉଦ୍ୟମ କରିବା ଆବଶ୍ୟକ । କୋର୍ଟ ମଧ୍ୟ କୃଷକଙ୍କ ସମସ୍ୟାର ସମାଧାନ ଚାହାଁନ୍ତି ।

କେନ୍ଦ୍ର ସରକାର ନୂଆ କୃଷି ଆଇନ ରଦ୍ଦ ନ କଲେ ଆଗକୁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା । ଚାଷୀ ସଂଗଠନଗୁଡ଼ିକ ସିଧାସଳଖ କହିଛନ୍ତି, ଯେଉଁ ଦିନ କେନ୍ଦ୍ର ସରକାର ୩ଟି ଯାକ କୃଷି ଆଇନ ରଦ୍ଦ କରିଦେବେ, ସେହି ଦିନ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର କରିନେବେ ।

Comments (0)
Add Comment