ହକ୍ ପାଇଁ ଅଟଳ ଅନ୍ନଦାତା

ଦେଶରେ ଅନେକ ସମୟରେ ବଡ଼ ବଡ଼ ପ୍ରସଙ୍ଗରେ ନିଷ୍ପତି ନେଇ ସମସ୍ତଙ୍କୁ ଚମକାଇଦେଇଥିବା ମୋଦି ସରକାର ଏବେ ଚାଷୀଙ୍କୁ ନେଇ ଚିନ୍ତାରେ । ଗତ ୧୪ ଦିନ ହେବ କୃଷକଙ୍କ ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧାର ପାଲଟିଛି । ୬ ଥର ବୈଠକରେ ପରେ ବି କେନ୍ଦ୍ର ସରକାର ଦେଇଥିବା ଲିଖିତ ପ୍ରସ୍ତାବକୁ ଚାଷୀ ପ୍ରତ୍ୟାଖାନ କରିଛନ୍ତି । ଆନ୍ଦୋଳନ ଆହୁରି ଜୋରଦାର କରିବା ପାଇଁ ଖୋଲାଖୋଲି ଚେତବନୀ ଦେଇଛନ୍ତି । ଡିସେମ୍ବ ୧୪ ତାରିଖରେ ସାରା ଦେଶରେ ପ୍ରତିବାଦ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଚାଷୀ । ଏବେ ଚାଷୀ ଆନ୍ଦୋଳନର ମୋଡ଼ କୁଆଡେ ଯିବ ଏବଂ ମୋଦି ସରକାର କିଭଳି ଏହାର ମୁକାବିଲା କରିବେ ବର୍ତମାନ ସମୟରେ ଏହା ବଡ଼ପ୍ରଶ୍ନ ।

ସଂଶୋଧିତ କୃଷି ଆଇନ-୨୦୨୦କୁ ନେଇ ଜିଦରେ ଅଡିଲେ ଚାଷୀ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଜାରି ରଖିବା ପାଇଁ ସରକାର ଲିଖିିିତ ଗ୍ୟରେଂଟି ଦେବେ ବୋଲି ଜଣାଇବେ ପରେ ମଧ୍ୟ ଚାଷୀ ଏହାକୁ ଗ୍ରହଣ କରିନାହାନ୍ତି । ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ମୋଦି ସରକାର ଲିଖିତ ଭାବେ ପ୍ରତିଶ୍ରୁତି ଦେବା ପରେ ବି ଚାଷୀ ମାନେ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଛନ୍ତି । ଅନେକ ସମସ୍ୟାର ସମାଧାନ ବାଟ ବାହାରକରୁଥିବା କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ଚାଷୀଙ୍କୁ ବୁଝାଇବାରେ ଫେଲ ମାରିଛନ୍ତି ।

ଚାଷୀ ନେତା ସମ୍ମିଳନୀରେ ଘୋଷଣା କରିଛନ୍ତି, କେନ୍ଦ୍ର ସରକାଙ୍କ ବିରୋଧରେ ଆନ୍ଦୋଳନ ଆଗକୁ ଆହୁରି ବ୍ୟାପକ ହେବ । ଦେଶର ସମସ୍ତ କୃଷକଙ୍କୁ ‘ଦିଲ୍ଲୀ ଚଲୋ’ଡାକରା ଦିଆଯିବ । ସମସ୍ତ ରାଜ୍ୟରେ ଅନିର୍ଦ୍ଧିଷ୍ଟ ସମୟ ପର‌୍ୟ୍ୟନ୍ତ ପ୍ରତିବାଦ ଜାରି ରହିବ । ମଙ୍ଗଳବାର ଭାରତ ବନ୍ଦ ଗୃହ ମନ୍ତ୍ରୀ ଅମିତ ଶାହା କୃଷକ ସଂଗଠନ ସହ ଆଲୋଚନା କରିଥିଲେ । ହେଲେ କୌଣସି ସମାଧାନ ବାହାରି ପାରିନାହିଁ ।ଆସନ୍ତା ୧୨ ତାରିଖରେ ଜୟପୁର, ଦିଲ୍ଲୀ ରାସ୍ତା ଅବରୋଧ ହେବ । ସେହିପରି ଆସନ୍ତା ୧୪ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି ଚାଷୀ । ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ, ତୀବ୍ର ପ୍ରତିବାଦ ଏବଂ ଧର୍ମଘଟର ଧମକ ସରକାର ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ଥିବେବେଳେ, ଏନେଇ କେନ୍ଦ୍ରର ଆଭିମୁଖ୍ୟ ଏବେ ଜଣା ପଡ଼ିନାହିଁ ।

Comments (0)
Add Comment