ଟୋକନ ନାହିଁ, ଧାନ ଉଠୁନି..ସାରାରାତି ଅନିଦ୍ରା ଚାଷୀ

ବରଗଡ: ସାରା ରାତି ଅନିଦ୍ରା ରହି ଆନ୍ଦୋଳନରେ ବସିରହିଲେ ଚାଷୀ । ରାସ୍ତା ଉପରେ ଧାନବସ୍ତା ରଖି ନିଜ ହକ ପାଇଁ ରାତି ସାରା ଆନ୍ଦୋଳନରେ ବସିରହିଲେ ବରଗଡ ଭେଡେନ ପଂଚାୟତ ରେଶମ ଗାଁର ଚାଷୀ । ବରଗଡ ଜିଲ୍ଲାର ଶହ ଶହ ଚାଷୀଙ୍କୁ ଏଯାଏ ଟୋକନ ମିଳିନି । ଟୋକନ ମିଳିନଥିବାରୁ ଧାନ ବିକ୍ରି ହୋଇପାରୁନାହିଁ । ରବି ଋତୁରେ ଅମଳ ହୋଇଥିବା ଧାନ ଏଯାଏ ବିକ୍ରି କରିପାରିନି ଚାଷୀ । ଏପଟେ ମୌସୁମୀ ବର୍ଷା ଯୋଗୁ କ୍ୱିଂଟାଲ କ୍ୱିଂଟାଲ ଧାନ ଗଜା ହୋଇଗଲାଣି । ଏପରି ସ୍ଥିତିରେ ଚାଷୀ କରିବ କଣ ? ତାକୁ ନେଇ ଚିନ୍ତାରେ ।

ବରଗଡ ଜିଲ୍ଲାରେ ତାତିଲେ ଚାଷୀ । ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ିଛି। କିନ୍ତୁ ବିକ୍ରି ହୋଇପାରୁନି । ଧାନ କିଣିବା ତ ଦୂରର କଥା, ପ୍ରାୟତଃ ସବୁ ମଣ୍ଡି ଏବଂ କ୍ରୟକେନ୍ଦ୍ର ବନ୍ଦ ହୋଇ ସାରିଲାଣି। ଶେଷରେ ହତାଶ ଚାଷୀମାନେ ଜିଲ୍ଲାପାଳ ଏବଂ ଯୋଗାଣ କାର୍ୟ୍ୟାଳୟରେ ଧାନ ଗଦା କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ରାତିସାରା ଅନିଦ୍ରା ରହି ଆନ୍ଦୋଳନରେ ବସିଛି ଚାଷୀ ।ସେପଟେ ଯେପର୍ଯ୍ୟନ୍ତ ଧାନ ବିକ୍ରି ହୋଇପାରୁନାହିଁ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନରେ ବସିରହିବ ବୋଲି ଚେତାବନୀ ଦେଇଛନ୍ତି ।

Comments (0)
Add Comment