ଫାସଟ୍ୟାଗ ନାହିଁ କି? ଦେବାକୁ ପଡିବ ଦୁଇ ଗୁଣା ଟୋଲ

ଆପଣଙ୍କ ଗାଡିରେ ଫାସଟ୍ୟାଗ ନାହିଁ କି? ଯଦି ନାହିଁ ତେବେ ଜାତୀୟ ରାଜପଥରେ ଥିବା ଟୋଲଗେଟ୍ ଦେଇଗଲେ ଆପଣଙ୍କୁ ଦେବାକୁ ପଡି ଦୁଇ ଗୁଣା ଟୋଲ । କେନ୍ଦ୍ର ପରିବହନ ମନ୍ତ୍ରାଳୟା ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଫେବୃୟାରୀ ୧୫ ମଧ୍ୟ ରାତ୍ରିରୁ ବାଧ୍ୟତାମୂଳକ ଭାବେ ଲାଗୁ ହେବ ଫାସଟ୍ୟାଗ ।

ଫେବ୍ରୁଆରୀ ୧୫ ଓ ୧୬ ତାରିଖ ମଧ୍ୟରାତ୍ରୀରୁ ଫାସଟ୍ୟାଗ ବାଧ୍ୟତାମୂଳକ । ଅର୍ଥାତ୍ ୧୬ ତାରିଖରୁ ଫାସଟାଗ ନଥିବା ଗାଡ଼ି ଟୋଲଗେଟ୍ ଦେଇ ଗଲେ ନିର୍ଦ୍ଧାରିତ ଦେୟର ଦୁଇଗୁଣା ଦେବେ ।କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି ଯେ, ସରକାର ପୂର୍ବରୁ ଫାସଟ୍ୟାଗ ପଞ୍ଜୀକରଣର ତାରିଖ ସୀମାକୁ ଦୁଇ-ତିନି ଥର ବୃଦ୍ଧି କରିଛନ୍ତି। କିନ୍ତୁ ବର୍ତ୍ତମାନ ଏହାର ଅବଧିକୁ ଆଗକୁ ବୃଦ୍ଧି କରାଯିବନାହିଁ। ବର୍ତ୍ତମାନ, ସମସ୍ତେ ତୁରନ୍ତ ଫାସଟ୍ୟାଗ କିଣିନେବା ଉଚିତ୍। ଫାସଟ୍ୟାଗ୍ ଲଗାଇଥିଲେ ଟୋଲପ୍ଲାଜାରେ ଟୋଲ ଦେବା ପାଇଁ ଆଉ ଲମ୍ବା ଲାଇନ ଲଗାଇବାକୁ ପଡିବନି । ଫାସଟ୍ୟାଗ ଥିଲେ ମାତ୍ର କିଛି ସେକେଣ୍ଡରେ ଗାଡିିକୁ ଅଟକାଉଥିବା ଇଂଟରସେପ୍ଟର ଉଠିଯିବ ।

ଘରେ ବସି ଆମାଜନ, ପେଟିଏମ୍ ଭଳି ଇ-କମର୍ସ ୱେବସାଇଟରେ ଯେକୌଣସି ବ୍ୟାଙ୍କ୍ ବା ଇ-କମର୍ସ କମ୍ପାନିର ଫାସଟ୍ୟାଗ ଆପଣ ମଗାଇପାରିବେ। ଆଉ ଆପଣ ଯଦି ଇ-ଟ୍ରାନଜାକସନ ବିଷୟରେ କିଛି ଜାଣିନାହାନ୍ତି ତେବେ ଯେକୌଣସି ଟୋଲଗେଟ ନିକଟକୁ ଗଲେ ଆପଣ ଅଧିକାଂଶ କମ୍ପାନିର କିଓସ୍କ ପାଇବେ, ଯେଉଁଠି ୨୫୦ ଟଙ୍କା ବା ୫୦୦ ଟଙ୍କା ଦେଇ ବି ଆପଣ ଏୟାରଟେଲ, ପେଟିଏମ୍ କିମ୍ବା ଯେକୌଣସି ବ୍ୟାଙ୍କର ଫାସଟ୍ୟାଗ ପାଇଯିବେ । ଏଥିପାଇଁ ଅବଶ୍ୟ ଆପଣଙ୍କୁ ସେଠାକୁ ଗାଡ଼ିର ସ୍ମାର୍ଟ କାର୍ଡ ଓ ନିଜର ଆଧାର କାର୍ଡ ନେବାକୁ ହେବ। ଏହାପରେ ମାତ୍ର ୧୦/୧୫ ମିନିଟରେ ଆପଣଙ୍କୁ ମିଳିଯିବ ଫାସଟ୍ୟାଗ । ନୂଆବର୍ଷରୁ ଏହାକୁ ଲାଗୁ କରିବାକୁ କେନ୍ଦ୍ର ପରିବହନ ମନ୍ତ୍ରାଳୟ ଘୋଷଣା କରିଥିଲେ । କିନ୍ତୁ ପରେ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା ।ସମସ୍ତ ରାଜ୍ୟରେ ଥିବା ଜାତୀୟ ରାଜପଥ ଟୋଲ୍ ଗେଟରେ ଫାସଟାଗ ବାଧ୍ୟତାମୂଳକ କରିବା ଲାଗି ଅନ୍ୟ ଏଜେନ୍ସିଙ୍କୁ ସହାୟତା ମଗାଯାଇଥିଲା ।

Comments (0)
Add Comment