ଛତିଶଗଡ଼ ହାତରେ ମହାନଦୀ ଭାଗ୍ୟ?

ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦକୁ ନେଇ ତିକ୍ତ ସଂପର୍କ ରହିଛି । ହାନଦୀ ଜଳ ପରିଚାଳନାରେ ମନମାନୀରେ ଚଳାଇଛି ଛତିଶଗଡ଼ । ଅଣମୌସୁମୀ ଋତୁରେ ଓଡ଼ିଶା ପଟକୁ ପାଣି ଛଡ଼ାଯାଉଛି ବୋଲି ଛତିଶଗଡ଼ ବାରମ୍ବାର ସଫେଇ ଦେଉଛି। ହେଲେ ଏଭଳି କିଛି ପଦକ୍ଷେପ ନିଆଯାଇନାହିଁ। ଓଡ଼ିଶା ସୀମାର ନିକଟତମ କଲ୍‌ମା ବ୍ୟାରେଜରେ ଚିତ୍ରରେ ଏହାର ସ୍ପଷ୍ଟ ଦେଖିବାକୁ ମିଳିଛି।

ଗୁଗୁଲ ଆଥ‘ର୍ର ଚିତ୍ର ଦେଖିଲେ ଅନୁମାନ କରିହେବ ଯେ, ମହାନଦୀ ଜଳ ପରିଚାଳନାରେ କୌଣସି ଉନ୍ନତି ଆସିନାହିଁ । ଗୋଟିଏ ପଟେ ଭରପୁର ପାଣି ଓ ଅନ୍ୟପଟେ ଶୁଖିଲା ମହାନଦୀ । କେବଳ ପାଣିର ଏକ ପତଳା ସୁଅ ଓଡିଶା ଆଡକୁ ଆସୁଛି । ଓଡ଼ିଶା ସୀମା ଡେଇଁଲେ ଏହି ବୃହତ୍‌ ବ୍ୟାରେଜ୍‌ରେ ୬୫ଟି ଗେଟ୍‌ ରହିଛି। ଲମ୍ବ ହେଉଛି ୧.୯୮ ମିଟର‌୍‌। କିନ୍ତୁ ଅଣମୌସୁମୀ ଋତୁରେ ବ୍ୟାରେଜର ସମସ୍ତ ଗେଟ୍‌ ବନ୍ଦ ଥିବା ଦେଖା ଦେଇଛି। ବ୍ୟାରେଜ୍‌ର ୨ଟି ଗେଟ୍‌ ଖୋଲା ରହିଥିବା ତଦାରଖ ଦାୟିତ୍ବରେ ଥିବା ଅଧିକାରୀମାନେ କହୁଛନ୍ତି। କିନ୍ତୁ କଲ୍‌ମାର ସବୁ ଗେଟ୍‌ ବନ୍ଦ ରଖିଥିବା ଦୁଇଟି ଗେଟ୍‌ ସାମାନ୍ୟ ଉପରକୁ ଉଠାଯାଇଛି। ଫଳରେ ଅଳ୍ପ ପାଣିର ଧାର ଓଡ଼ିଶା ପଟକୁ ପ୍ରବାହିତ ହେଉଛି। ଅନ୍ୟପକ୍ଷରେ ଛତିଶଗଡ଼ ପଟେ ପଛୁଆ ପାଣି ୧୦ କିଲୋମିଟର ଯାଏଁ ଭରି ରହିଛି ।

ତେବେ କଲମା ବ୍ୟାରେଜରେ ଏତେ ପରିମାଣର ପାଣି ଅଟକାଇବା ପଛର ମୁଖ୍ୟ କାରଣ ହେଉଛି, ଛତିଶଗଡ ସରକାର ଶିଳ୍ପାନୁଷ୍ଠାନ ଗୁଡିକୁ ପ୍ରଚୁର ପରିମାଣରେ ପାଣି ଦେବା ପାଇଁ ପ୍ରତିଶ୍ରୁତି ଦେଇସାରିଛନ୍ତି । କଲମାରୁ ଉପରମୁଣ୍ତକୁ ପ୍ରାୟ ୧୦ କିମି ଦୂରରେ ରହିଛି ସାରାଡିହି ବ୍ୟାରେଜ୍‌। କଲ୍‌ମାର ଗେଟ୍‌ ବନ୍ଦ ଥିବାରୁ ପଛୁଆ ପାଣି ସାରାଡିହି ପର୍ୟ୍ୟନ୍ତ ପହ˚ଚି ଯାଇଛି। ସେହିପରି ସାହାଡିହରେ ମାତ୍ର ୨/୩ଟି ଗେଟ୍‌ ଆ˚ଶିକ ଭାବେ ଖୋଲା ରହିଛି। ସେଠାକାର ପଛୁଆ ପାଣି ମଧ୍ୟ ୮ କିଲୋମିଟର ଉପରମୁଣ୍ତକୁ ପହ˚ଚିଛି। ଓଡ଼ିଶା ପଟେ ପାଣି ନଥିବାରୁ ନଦୀରେ ଡ˚ଗା ଚାଲୁନାହିଁ। ଯଦ୍ବାରା ମାଛ ମାରିବା ଆଉ ସମ୍ଭବ ହେଉନାହିଁ। ଛତିଶଗଡ଼ ପଟେ ପର୍ୟ୍ୟାପ୍ତ ପାଣି ଥିବାରୁ ସେଠାରେ ଯାତ୍ରୀବାହୀ ଡ˚ଗା ମଧ୍ୟ ଚାଲୁଛି। ହେଲେ ଓଡ଼ିଶା ଭାଗରେ ଶୁଖିଲା ମହାନଦୀ ପଡ଼ିଛି।

Comments (0)
Add Comment