୪ ଜଣଙ୍କୁ ନିର୍ମମ ହତ୍ୟା

ଗଞ୍ଜାମ ହିଞ୍ଜିଳିକାଟୁରେ ଜଘନ୍ୟ ହତ୍ୟାକାଣ୍ଡ । ୪ ଜଣଙ୍କୁ ବୀଭତ୍ସ ହତ୍ୟା । ମୃତକଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ଓ ଅନ୍ୟ ଜଣେ ସମ୍ପର୍କୀୟ ବୋଲି ଜଣାପଡିଛି । ରାତି ପ୍ରାୟ ୧୨ଟାରୁ ଗୋଟାଏ ମଧ୍ୟରେ ଏହି ସଂଘର୍ଷ ଘଟିଥିବା କୁହାଯାଉଛି । ଖବର ପାଇ ପୁଲିସ ପହଁଚିବାବେଳକୁ ରାସ୍ତା ଉପରେ ମୃତ ଦେହ ପଡିି ରହିଥିଲା । ପୁଲିସକୁ ଦେଖି ଗଣ୍ଡଗୋଳକାରୀମାନେ ଛତ୍ରଭଂଗ ଦେଇଥିଲେ ।

ସୂଚନା ଅନୁସାରେ ଏହି ଛକରେ ଥିବା ଏକ ଫାଷ୍ଟଫୁଡ ଦୋକାନରେ ଗଣ୍ଡଗୋଳ ହୋଇଥିଲା । ପରବର୍ତ୍ତୀ ସମୟର ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଦୁଇ ଗୋଷ୍ଠୀ ପରସ୍ପରକୁ ସଶସ୍ତ୍ର ଆକ୍ରମଣ କରିଥିଲେ । ଏବଂ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିଛି । ଏବଂ ଅନେକ ଆହତ ହୋଇଛନ୍ତି ।

Comments (0)
Add Comment