ମହାରାଷ୍ଟ୍ର ପୋଲିସକୁ ବଡ ସଫଳତା । ଗଡଚିରୋଲି ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୪ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଏନେଇ ଗଡଚିରୋଲି ଜିଲ୍ଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଅଧିକାରୀଙ୍କ ସୂଚନା ମୁତାବକ ମୁମ୍ବାଇରୁ ୯୨୦ କିଲୋମିଟର ଦୂର ଦୂର ଜିଲ୍ଲାର ଗ୍ୟାରହବତୀ ବାନଞ୍ଚଳର ଧନୋରା ଠାରେ ଶନିବାର ଦିନ ପୋଲିସ ମାଓ ଦମନ ଅଭିଯାନ ଚଳାଇଥିଲା । ଏହି ସମୟରେ ନକ୍ସଲ ଓ ପୋଲିସଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା ଏଥିରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା କଥା କୁହାଯାଇଛି ।
ଖବର ଅନୁଯାୟୀ, କତଗୋଲ ଥାନା ଅନ୍ତର୍ଗତ ଗାରାହପତି ଜଙ୍ଗଲରେ ମାଓବାଦୀ ମାନେ ଏକ କ୍ୟାମ୍ପ କରି ରହିଥିଲେ । ଯାହାର ଗୁଇନ୍ଦା ସୂଚନା ପୋଲିସ ବିଭାଗକୁ ମିଳିଥିଲା । ଏହାକୁ ଆଧାର କରି ମହାରାଷ୍ଟ୍ର ପୋଲିସର ସି-୬୦ ବାହିନୀର ଯବାନ ମାନେ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଯବାନମାନଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ଯବାନ । ଦୀର୍ଘ ୨ ଘଣ୍ଟା ଧରି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପରେ ସର୍ଚ୍ଚ ଅପରେସନ ବେଳେ ପାଞ୍ଚ ମାଓବାଦୀଙ୍କ ମୃତ ଦେହ ଠାବ ହୋଇଥିବା ବେଳେ ଘଟଣା ସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପରକ ମଧ୍ୟ ଜବତ ହୋଇଛି ।