ବିଦେଶ ଫେରନ୍ତା ୪ଜଣଙ୍କୁ କରୋନା । ଗତକାଲି ସୁଦ୍ଧା ରାଜ୍ୟକୁ ଫେରିଛନ୍ତି ୯୮୨ଜଣ । ସେମାନଙ୍କ ମଧ୍ୟରୁ ୪ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଛି । ୪ଜଣଙ୍କର ସାମ୍ପୁଲ ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଅନ୍ୟପଟେ ବିଦେଶ ଫେରନ୍ତାକୁ ନେଇ ଆତଙ୍କିତ ନହେବାକୁ କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ସେପଟେ, ରାଜ୍ୟରେ ୨୪ ଘଂଟା ଭିତରେ ୨୫୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଶୁନରୁ ୧୮ ବର୍ଷ ଭିତରେ ୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫୨ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୦୬ ଜଣ ଚିହ୍ନଟ ହୋଇଥିବା ବେଳେ ଅନଗୁଳରୁ ୧୪, କଟକରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୧୯, ସୁନ୍ଦରଗଡ଼ରୁ ୧୮, ଯାଜପୁରରୁ ୧୬, ମୟୁରଭଂଜରୁ ୨୨ ଓ ଷ୍ଟେଟ୍ ପୁଲରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା କାରଣରୁ ରାଜ୍ୟରେ ୨ଜଣଙ୍କର ମୃତ୍ୟୁ ହୋଇଛି ।