୬ ଦିନ ପରେ ଫେରାର ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିଛି ପୁଲିସ । ତେଲେଙ୍ଗାନାରୁ ଗିରଫ କରାଯାଇଛି । କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିବାରେ ସଫଳ ହୋଇଛନ୍ତି । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ଚିକିତ୍ସା ପାଇଁ କଟକ ଏସସିିବିରୁ ଫେରାର ହୋଇଯାଇଥିଲା ହାଇଦର । ଏହା ପରେ ତାକୁ ଧରିବା ପାଇଁ କମିସନରେଟ ପୁଲିସ ଆରମ୍ଭ ହୋଇଥିଲା ଧରପଗତ । ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ସହ ଧରପଗଡ ପରେ ଶେଷରେ ଗ୍ୟାଙ୍ଗଷ୍ଟରକୁ ଧରିବାରେ ପୁଲିସ ସକ୍ଷମ ହୋଇଛି । ଏପ୍ରିଲ୍ ୧୦ ତାରିଖ ୪ଟା ୩୦ ପାଖାପାଖି ହାଇଦର ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିଲା । ଏଥିରେ ତାକୁ ତାର କିଛି ସହଯୋଗୀ ମଧ୍ୟ ସାହାଯ୍ୟ କରିଥିବା ପରେ ଖବର ମିଳିଥିଲା । ଏହାପରେ ହାଇଦର ରାଜ୍ୟ ବାହାରକୁ ଚାଲିଯାଇଥିବା ସନ୍ଦେହ କରାଯାଇଥିଲା । କିଛି ଦିନ ପାଇଁ ପୋଲିସ କଟକ ସହରରେ ମଧ୍ୟ ଚେକିଂକୁ କଡାକଡି କରିଥିଲା । ଶେଖ୍ ହାଇଦର ୧୬ ବର୍ଷ ଧରି ଜେଲରେ ଥିଲା ।