ଗ୍ୟାଙ୍ଗଷ୍ଟର ହାଇଦର ମୃତ

ପୋଲିସ୍ ଏନ୍‌କାଉଣ୍ଟରେ ହାଇଦର ମୃତ। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାକୁ ମୃତ ଘୋଷଣା ହୋଇଛି। ପେଟରେ ଗୁଳିବାଜିଥିବାରୁ ହାଇଦର ଗୁରୁତର ହୋଇଥିଲା । ତାକୁ ଗୁୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲ ନିଆଯାଇଥିଲା । ସେଠାରେ ତାର ମୃତ୍ୟୁ ହୋଇଛି ।

ବାରିପଦା ଜେଲ୍ ନିଆଯାଉଥିବା ବେଳେ ଏନକାଉଣ୍ଟର ହୋଇଥିଲା। କଡ଼ା ପୋଲିସ ବଳୟରେ କଟକରୁ ବାରିପଦାକୁ କର୍ଡନ କରି ସିଫ୍ଟ କରାଯାଉଥିଲା । କିନ୍ତୁ ଅଧା ରାସ୍ତାରେ ଖସିଯିବାର ପ୍ଲାନ ଆଗରୁ ପ୍ରସ୍ତୁତ କରିସାରିଥାଏ ହାଇଦର । ଅଧାରାସ୍ତାରେ ପରିସ୍ରା ଯିବାକୁ କହିଥିଲା ଏହି ଗ୍ୟାଙ୍ଗଷ୍ଟର । କିନ୍ତୁ ପୋସିଲ ସୁରକ୍ଷା ଦୃଷ୍ଟିରୁ ସିମୁଳିଆ ନିକଟରେ ଗାଡି ଅଟକାଇ ହାଇଦରକୁ ପରିସ୍ରା କରିବାକୁ ଅନୁମତି ଦେଇଥିଲା । ଏହି ସମୟରେ ସେ ଖସିଯିବାକୁ ଉଦ୍ୟମ କରିଥିଲା । ପୁଲିସ ଠାରୁ ବନ୍ଧୁକ ଛଡାଇ ଉଦ୍ୟମ ବେଳେ ପୁଲିସ ଏନକାଉଂଟର କରିଥିଲା । ।

କିଛି ଦିନ ତଳେ କଟକ ବଡ଼ମେଡିକାଲରୁ ଖସି ଯାଇଥିଲା ହାଇଦର। ହାଇଦରକୁ ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲା। ପରେ କୋଭିଡ଼ ଆକ୍ରାନ୍ତ ହେବାରୁ ଚୌଦ୍ୱାର ଜେଲରେ ରଖାଯାଇଥିଲା

Comments (0)
Add Comment