‘ଗଂଜାମ ପାଇଁ ସତର୍କ ଅଛୁ’

ପୁଣି ଫେରିଛି କରୋନା ଭୟ । ଦେଶରେ କରୋନା ସଂକ୍ରମଣ ବଢିବା ପରେ ରାଜ୍ୟ ସରକାରଙ୍କ ନିଦ ହଜିଯାଇଛି । ବିଶେଷ କରି ସୁରଟରେ ସଂକ୍ରମଣ ବଢିବା ପରେ ଏହା ଗଂଜାମ ପାଇଁ ବିପଦ ହୋଇପାରେ ବୋଲି କୁହଯାଉଥିଲା । ହେଲେ ଗଂଜାମ ଜିଲ୍ଲାପାଳ କହିଛନ୍ତି , ଜିଲ୍ଲାରେ ପୂର୍ବଭଳି ସ୍ଥିତି ହେବାର ଚାନ୍ସ ନାହିଁ । ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ରୂପେ ସତର୍କ ଅଛି ।

ସୁରଟରେ ଗଂଜାମର ଅଧିକାଂଶ ଓଡିଆ କାମ କରୁଛନ୍ତି । ହେଲେ ଏବେ ପୁର୍ନବାର ସୁରଟରେ ସଂକ୍ରମଣ ବଢିବାରୁ ନାଇଟ କର୍ଫୁ ଓ କିଛି ଅଂଚଳରେ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ତେଣୁ ସେଠାରେ ରହୁଥିବା ପ୍ରବାସୀ ଓଡିଶା ଫେରିଲେ ଗଂଜାମରେ ପୂର୍ବଭଳି ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଥିଲା । ହେଲେ ଗଂଜାମ ଜିଲ୍ଲାପାଳ କହିଛନ୍ତି.ପ୍ରବାସୀ ଓଡିଆ ଫେରିବାର କିଛି ସୂଚନା ନାହିଁ । ଜିଲ୍ଲାରେ ପ୍ରତିଦିନ ଏକ ହଜାରରୁ ଅଧିକ ଟେଷ୍ଟିଂ କରାଯାଉଛି । ୧୫ ଦିନ ହେଲା ମନିଟର ିଂ କରୁଛି । ଏବେ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣା ଧୀନ ଅଛିି । କୋଭିଡ ଗାଇଡଲାଇନ ପାଳନ ଉପରେ ଜୋର ଦିଆଯାଉଥିବା କହିଛନ୍ତି ଜିଲ୍ଲାପାଳ । ତେଣୁ ପୂର୍ବ ପରି ସ୍ଥିତି ହେବାର ଚାନ୍ସ ନାହିଁ ବୋଲି ସେ କହିଛନ୍ତି ।

ମହାରାଷ୍ଟ୍ର, ମଧ୍ୟପ୍ରଦେଶ,ପଂଜାବ, ଗୁଜୁରାଟରେ ସଂକ୍ରମଣ ବଢିବାରେ ଲାଗିଛି । ଏଥିପାଇଁ ସତର୍କତା ମୂଳକ ପଦକ୍ଷେପ ବି ନିଆଯାଉଛି । କିଛି ସ୍ଥାନରେ ନାଇଟ କର୍ଫ୍ୟୁ ଓ ଲକଡାଉନ ଘୋଷଣା କରାଯିବା ସହ କୋଭିଡ କଟକଣା ଜୋରଦାର କରିବାକୁ ନିର୍ଦ୍ଦେଶ ରହିଛି । ଦେଶରେ ଗତ ୨୪ ଘଂଟାରେ ୨୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments (0)
Add Comment