ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ

ଇଡିରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଟାଟା ନିଯୁକ୍ତି ଠକେଇ ଘଟଣାରେ ତାଙ୍କୁ ସମନ୍ ହୋଇଥିବା ବେଳେ ଆଜି ସେ ଇଡିରେ ହାଜର ହୋଇଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣରୁ ୨ଥର ହାଜର ହୋଇପାରିନଥିଲେ ପ୍ରଦୀପ । ଇଡିରେ ହାଜର ନେଇ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ମୁଁ ଆଇନଙ୍କୁ ସମ୍ମାନ କରେ, ତେଣୁ ଇଡିକୁ ପୂର୍ଣ୍ଣ ସହଯୋଗ କରିବି ।
ଏହା ପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶୃତି ପାଣିଗ୍ରାହୀଙ୍କୁ ବି ଇଡିରେ ହାଜର ହୋଇଥିଲେ । ଆକାଶ ପାଠକ ଓ ଅଭୟ ପାଠକଙ୍କୁ ବି ଇଡିରେ ହାଜର କରାଯାଇଥିଲା । ତେବେ ପ୍ରଦୀପ ପାଣିଗ୍ରାହୀଙ୍କୁ ବେଆଇନ ଅର୍ଥ କାରବାର ମାମଲା ଓ ଅଭୟ ପାଠକ,ଆକାଶ ପାଠକ ଲିଙ୍କ ନେଇ ଇଡି ପଚରାଉଚରା କରିବ ।

Comments (0)
Add Comment