କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ହସ୍ପିଟାଲ ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ଗାଇଡଲାଇନ ସରକାର ଜାରି କରିଛନ୍ତି। ସମସ୍ତ ହସ୍ପିଟାଲ ଇନଫେକ୍ସନ୍ ପ୍ରିଭେନସନ୍ ଓ କଣ୍ଟ୍ରୋଲ୍ ଗାଇଡଲାଇନ୍ ମାନିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।
ମେଡିକାଲ ଯେମିତି ହଟସ୍ପଟ ନପାଲଟିବ, ସେଥିପାଇଁ କଡ଼ା ତାଗିଦ କରାଯାଇଛି। ପ୍ରତ୍ୟେକ ହସ୍ପିଟାଲ ଅଲଗା ଜ୍ୱର ଓ ଆଇସୋଲେସନ କ୍ଲିନିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହଟସ୍ପଟ୍ ଅଞ୍ଚଳରୁ ଆସିଥିବା ବ୍ୟକ୍ତି କିମ୍ବା କୋଭିଡ୍ ସନ୍ଦିଗ୍ଧଙ୍କ ଚିକିତ୍ସା ଲାଗି ବ୍ୟବହାର ସ୍ଥାନର ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ରହିବ । ହସ୍ପିଟାଲକୁ ଆସୁଥିବା ସମସ୍ତ ରୋଗୀଙ୍କ ସ୍କ୍ରିନିଂ କରାଯିବ । ସମସ୍ତ ହସ୍ପିଟାଲ ପର୍ୟ୍ୟାପ୍ତ ପରିମାଣର ହ୍ୟାଣ୍ଡ ୱାସିଂ ବ୍ୟବସ୍ଥା କରିବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦେବେ । ଗାଇଡଲାଇନ୍ ଅନୁସାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପର୍ୟ୍ୟାପ୍ତ ପିପିଇ କିଟ୍ ଦିଆଯିବ ।
ଅଣ-କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ କୌଣସି ରୋଗୀ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଲେ ଅନ୍ୟ ରୋଗୀଙ୍କୁ ସେଠାରୁ ଅନ୍ୟ ରୁମକୁ ସ୍ଥାନାନ୍ତରିତ କରାଯିବ । ଉକ୍ତ ରୁମକୁ ସାନିଟାଇଜ୍ କରାଯିବା ପରେ ୨୪ ଘଣ୍ଟା ସମ୍ପୂର୍ଣ୍ଣ ବନ୍ଦ ରଖାଯାଇ ପୁନଃ ବ୍ୟବହାର କରାଯିବ । କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ହସ୍ପିଟାଲ ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି ।