୧୦% କର୍ମଚାରୀରେ ଚାଲିବ ଅଫିସ

ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ଥିବା ସରକାରୀ ଓ ଘରୋଇ ଅଫିସ ପାଇଁ ଆସିଛି ନୂଆ ଗାଇଡଲାଇନ । ରାଜ୍ୟରେ କାଲିଠୁ ଆରମ୍ଭ ହେବାକୁ ଯାଉଛି ଲକଡାଉନ୍ ୨.୦ । ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଜୁନ ୧ ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଥିବା ବେଳେ ଅଫିସ କାମ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି । ୧୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ ।

ଆସନ୍ତାକାଲି ଯାଏଁ ରାଜ୍ୟରେ ଲକଡାଉନ ଘୋଷଣା ହୋଇଥିଲା । ହେଲେ ଏବେ ବି ରାଜ୍ୟରେ ସଂକ୍ରମଣ ସ୍ଥିତି ସଂଗୀନ ଥିବା ବେଳେ ଏହାଜୁ ଜୁନ ୧ ଯାଏ ଘୁଂଚାଯାଇଛି । ଲକଡାଉନ ସମୟରେ ବିନା ଜରୁରୀ କାମରେ ଘରୁ ବାହାରିବାକୁ ବାହାରିବା ମନା । ସମସ୍ତ ଦୋକାନ, ବଜାର , ମଲ ବନ୍ଦ ରହିଥିବା ବେଳେ କେବେଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ସକାଳ ୭ରୁ ୧୧ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ କୁହାଯାଇଛି । ଏହା ସହ ସରକାରୀ ଓ ଘରୋଇ ଅଫିସରେ କିଭଳି କମ କର୍ମଚାରୀରେ କାମ କରିହେବ ସେ ନେଇ ଦୃଷ୍ଟି ଦେବାକୁ କୁହାଯାଇଛି । ୧୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ ଗାଇଡଲାଇନରେ କୁହାଯାଇଛି ।। ପୋଲିସ, ହୋମଗାର୍ଡ, ଅଗ୍ନିଶମ, ଜେଲ୍‌, ଓ ପୌର କର୍ମଚାରୀଙ୍କ ସମେତ ଅତ୍ୟାବଶ୍ୟକ ସେବାରେ ଜଡିତ କର୍ମଚାରୀଙ୍କ ପାଇଁ କୌଣସି କଟକଣା ନାହିଁ ।

ରାଜ୍ୟରେ ଏବେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହୁଥିବା ବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି । ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହା ସହ ଗ୍ରାମାଚଂଳରେ ଯେମିତି ସଂକ୍ରମଣ ନ ବ୍ୟାପେ ସେନେଇ ଦୃଷ୍ଟି ଦେବାକୁ କୁହାଯାଇଛି । ସରପଂଚମାନଙ୍କୁ ପୁଣି ପୂର୍ବପରି ଜିଲ୍ଲାପାଳ କ୍ଷମତା ଦିଆଯାଇଛି ।

Comments (0)
Add Comment