ଗଂଜାମକୁ ମାଡି ଆସୁଛି କି ବିପଦ । ସୁରଟରେ ଯେପରି କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି ତାହା ଗଂଜାମ ପାଇଁ ଯେ ପୁଣି ବିପଦ ନଆଣିବ କହିହେବନି । ସୁରଟରେ ଅଧିକାଂଶ ଓଡିଆ ପ୍ରବାସୀ କାମ କରୁଥିବା ବେଳେ ସଂକ୍ରମଣ ବଢୁଥିବାର ସେମାନେ ଏବେ ଭିଟାମାଟି ମୁହାଁ ହେବାକୁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସତର୍କ ରହିବା ଜରୁରୀ ।
ସୁରଟରେ କରୋନା ସଂକ୍ରମଣ ବଢଥିବାରୁ ସେଠାରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । କିଛି ଅଂଚଳରେ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ତେବେ ସୁରଟରେ ଓଡିଶାରୁ ୫ରୁ ୬ ଲକ୍ଷ ଶ୍ରମିକ ରହୁଛନ୍ତି । ଗଂଜାମରୁ ସର୍ବାଧିକ ଅର୍ଥାତ ୩ ଲକ୍ଷରୁ ଅଧିକ ସୁରଟରେ ରହୁଛନ୍ତି । ଗତବର୍ଷ ଲକଡାଉନ ଯୋଗୁ ସୁରଟ ସୂତାକଳ ଓ ହୀରା ଶିଳ୍ପ ବନ୍ଦ ହେବାରୁ ଜୀବିକା ହରାଇ ଏପ୍ରିଲ ମାସରୁ ପ୍ରବାସୀ ଗଂଜାମ ଫେରିବା ଆରମ୍ଭ କରିଥିଲୋ ମେ ୨ରେ ଗଂଜାମରେ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ପରେ ଗଂଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିଲା । କରୋନା ହଟସ୍ପଟ ପାଲଟିଥିଲା ଗଂଜାମ । ବହୁ କଷ୍ଟରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି ।
କିନ୍ତୁ ସ୍ଥିତି ସଂପୂର୍ଣ୍ଣ ସ୍ୱାଭାବିକ ହୋଇଥିବା ବେଳେ ସୁରଟ ସମେତ କିଛି ଅଂଚଳକୁ ପୁଣି କରୋନା ଫେରିଛି ।ମହରାଷ୍ଟ୍ର, ସୁରଟ ସମେ୍ ବିଭିନ୍ନ ଅଂଚଳରେ ବହୁ ଓଡିଆ ଲୋକମାନେ କରୁଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଇବା ଫଳରେ ପୁଣି ଲକଡାଉନ ହେଲେ ପୁଲି ସୂତାକଳ ଓ ହୀରାଶିଳ୍ପ ବନ୍ଦ ହେବାର ଆଶଙ୍କା ରହିଛି । ତେଣୁ ଓଡିଆ ଶ୍ରମିକ ପୁଣି ଘରମୁହାଁ ହେବାକ ପ୍ରସ୍ତୁତି କଲେଣି । ପ୍ରବାସୀ ଓଡିଶା ଫେରିଲେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ହେବାର ସମ୍ଭାବନା ରହିଛି । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ଉଚିତ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।