ହାରିଲେ ବି ହୃଦୟ ଜିତିଲେ…ଲଢୁଆ ପ୍ରଦର୍ଶନ ପାଇଁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଲଢୁଆ ପ୍ରଦର୍ଶନ କରିଛି । ହାତରୁ ବ୍ରୋଞ୍ଜ ପଦକ ଚାଲିଯାଇଛି ହେଲେ ଖେଳାଳି ମାନେ ପ୍ରଦର୍ଶନରେ ସମସ୍ତଙ୍କ ମନ ଜିତିଯାଇଛନ୍ତି ।ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହିବା ପରେ ଟୁଇଟ୍ କରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲେଖିଛନ୍ତ. ଭାରତୀୟ ମହିଳା ହକି ଟିମ୍ ଅଳ୍ପକେ ପଦକରୁ ବଞ୍ଚିତ ହୋଇଛି । କିନ୍ତୁ ସେମାନେ ଯେଉଁଭଳି ଲଢ଼ୁଆ ଖେଳ ପ୍ରଦର୍ଶନ କରିଛନ୍ତି ସାରା ଦେଶ ସେମାନଙ୍କ ପାଇଁ ଗର୍ବିିତ ।
ଟୋକିଓରେ ମହିଳା ହକି ଦଳର ଲଢ଼ୁଆ ପ୍ରଦର୍ଶନ ପରେ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଲଢ଼ୁଆ ପ୍ରଦର୍ଶନ ଜାରି ରଖିବାକୁ ଓ ଆଗାମି ପୀଢ଼ିକୁ ପ୍ରେରଣା ଦେବାକୁ ଶୁଭେଛା ବାର୍ତାରେ ଟୁଇଟ୍ କରି ଲେଖିଛନ୍ତି ନବୀନ ଏବଂ ସମସ୍ତ ଖେଳାଳିଙ୍କ ସୁନ୍ଦର ଭବିଷ୍ୟତ କାମନା କରିଛନ୍ତି ।

ଗ୍ରେଟ୍ ବ୍ରିଟେନ୍ ଠାରୁ ୪-୩ରେ ଭାରତ ହାରିଛି । ବ୍ରୋଞ୍ଜ ପଦକରୁ ଭାରତ ବଞ୍ଚିତ ହୋଇଛି । ବ୍ରିଟେନକୁ କଡା ଟକ୍କର ଦେଇ ଭାରତ ଲଢିଥିଲା । ମ୍ୟାଚ୍ ଶେଷ ପର୍ୟ୍ୟନ୍ତ ଭାରତୀୟ ଖେଳାଳି ଲଢୁଆ ପ୍ରଦର୍ଶନ କଲେ । ପ୍ରଥମେ ଗ୍ରେଟ୍ ବ୍ରିଟେନ୍ ପକ୍ଷରୁ ଦୁଇଟି ଗୋଲ୍ ଭାରତକୁ ମିଳିଥିଲା । ପରେ ଲଗାତାର ୨ଟି ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କଲେ । ୨-୨ ରେ ବରାବର ସ୍ଥିତି ରହିଥିଲା ।ପରବର୍ତ୍ତୀ ସ୍ଥିତିରେ ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ଭାରତ ୩-୨ରେ ଆଗୁଆ ରହିଥିଲା । ଗ୍ରେଟ୍ ବ୍ରିଟେନ୍ ଠାରୁ ଭାରତ ୩-୨ରେ ଆଗୁଆ ରହିଥିଲା । ପ୍ରଥମ ଦୁଇଟି ଗୋଲ୍ ଦେଇଥିଲେ ଗୁରଜିତ୍ କୌର । ପରେ ତୃତୀୟ ଗୋଲ୍ ଦେଇଥିଲେ ବନ୍ଦନା କାଟାରିୟା । ମାତ୍ର ଖେଳର ଚତୁର୍ଥ ପର୍ୟ୍ୟାୟରେ ଗ୍ରେଟ୍‌ ବ୍ରିଟେନ୍‌ ଆଉ ଗୋଟିଏ ଗୋଲ୍‌ ଦେବାରୁ ଉଭୟ ଦେଶର ସ୍କୋର୍‌ ସମାନ ‌ହୋଇଯାଇଥିଲା।

Comments (0)
Add Comment