ତାମିଲନାଡୁର କୁନୁରରେ ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂହଙ୍କର ଦହାନ୍ତ ହୋଇଛି । ଦୀର୍ଘଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଟ୍ୱିଟ କରି ସୂଚନା ଦେଲା ବାୟୁସେନା । ଜେନେରାଲ ବିପିନ ରାୱତଙ୍କ ପରିବାର ସହ ଥିଲେ ଗ୍ରୁପ କ୍ୟାପଟେନ । ହେଲିକପ୍ଟର ଦୁର୍ଘଟଣାରେ ଏକମାତ୍ର ବରୁଣ ସିଂହ ହିଁ ଜୀବିତ ଥିଲେ । ହେଲେ ଆଜି ସେ ଆଖିବୁଜିଛନ୍ତି ।
ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନ୍ନୁଠାରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ସିଡିଏସ ବିପିନ ରାୱତଙ୍କ ଓ ତାଙ୍କ ପତ୍ନୀ ଙ୍କ ସମେତ ମୋଟ ୧୪ ଜଣ ଥିଲେ । ଘଟଣା ଦିନ ହିଁ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ହେଲେ ବରୁଣ ସିଂ ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ୱେଲିଂଟନ୍ ଓ ପରେ ବେଙ୍ଗାଳୁରୁରେ ଚାଲିଥିଲା ଚିକିତ୍ସା ।