ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କ ହେବ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌

ଭୁବନେଶ୍ୱର ଆସୁଥିବା ସମସ୍ତ ବିମାନ ଯାତ୍ରୀଙ୍କର ହେବ ଆର୍‌ଟି-ପିସିଆର୍‌ ଟେଷ୍ଟ । ବିଏମ୍‌ସି ପକ୍ଷରୁ ବିମାନବନ୍ଦରରେ ଯାତ୍ରୀଙ୍କ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌ ପାଇଁ ବ୍ୟବସ୍ଥା କରାଯିବ। ସମସ୍ତ ଯାତ୍ରୀଙ୍କର ଆର୍‌ଟି-ପିସିଆର୍‌ ଟେଷ୍ଟ୍ କରାଯିବ ବୋଲି ବିଏମ୍‌ସି ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ଆସନ୍ତାକାଲିଠାରୁ ଲାଗୁ କରାଯିବ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦର ପାଇଁ ଗାଇଡ୍‌ଲାଇନ୍ ଜାରି କରିଛି ବିଏମ୍‌ସି।
ଯାତ୍ରୀମାନେ ଡବଲ୍ ଡୋଜ୍ ଟିକା ନେଇଥିଲେ ବା ନେଗେଟିଭ୍ ରିପୋର୍ଟ ଥିଲେ ବି ସେମାନଙ୍କର ଆର୍‌ଟି-ପିସିଆର୍‌ ଟେଷ୍ଟ କରାଯିବ। ରିପୋର୍ଟ ଆସିବ ପର୍ୟ୍ୟନ୍ତ ଯାତ୍ରୀମାନେ ହୋମ୍‌ ଆଇସୋଲେସନ୍‌ରେ ରହିବେ। ଯଦି ରିପୋର୍ଟ ପଜିଟିଭ୍ ଆସେ, ତା’ହେଲେ ପ୍ରୋଟୋକଲ୍ ଅନୁଯାୟୀ ପରବର୍ତ୍ତୀ ବ୍ୟବସ୍ଥା କରାଯିବ। ଗତକାଲି ଓ ଆଜି ମିଶାଇ ଭୁବନେଶ୍ୱରରେ ମୋଟ ୧୪ ଟି ସ୍ଥାନକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି।

Comments (0)
Add Comment