ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଆସିଲା ଗାଇଡଲାଇନ । ଏସଆରସି ଜାରି କଲେ ଗାଇଡଲାଇନ । ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରିବା ଉପରେ ପ୍ରାଧାନ୍ୟ । ସର୍ବାଧିକ ୫ ଜଣଙ୍କୁ ନେଇ ହୋଇ ପାରିବ ଘରକୁ ଘର ପ୍ରଚାର । ଡିଜିଟାଲ ପ୍ରଚାରକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ।
ସେହିପରି କରୋନା ସଂକ୍ରମିତ ପ୍ରାର୍ଥୀ ପ୍ରଚାର କରିପାରିବେ ନାହିଁ । ଡିଜିଟାଲ କିମ୍ବା ଭର୍ଚୁଆ ଜରିଆରେ ହିଁ ହୋଇପାରିବ ପ୍ରଚାର । ରୋଡ ଶୋ, ପଦ ଯାତ୍ରା ସାଇକେଲ, ବାଇକ ରାଲି ହୋଇପାରିବ ନାହିଁ । ବିଜୟ ଶୋଭାଯାତ୍ରାକୁ ବାରଣ । ବିଜୟୀ ପ୍ରାର୍ଥୀଙ୍କ ସହ ରହିବେ ସର୍ବାଧିକ ୨ ଜଣ । ଗଣତି ପରେ କୌଣସି ବିଜୟ ଶୋଭାଯାତ୍ରା ହେବ ନାହିଁ ।ଜାନୁଆରୀ ୫ରେ ଜାରି ହୋଇଥିବା ଗାଇଡଲାଇନରେ କଲେ ପରିବର୍ତ୍ତନ ।