ଗୁଜୁରାଟରୁ ଚିହ୍ନଟ ହେଲେ ଏକ୍ସଇ ଭାରିଆଣ୍ଟ ସଂକ୍ରମିତ

ଦେଶରେ ପୁରି କରୋନାର ନୂଆ ଭାରିଆଣ୍ଟ ଏକ୍ସଇକୁ ନେଇ ଚିନ୍ତା ବଢିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଗୁଜୁରାଟରେ ଏହି ଭାରିଆଣ୍ଟ ପାଦ ଥାପିଛି । ଏହାକୁ କରୋନାର ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ ସଂକ୍ରାମକ କୁହାଯାଉଛି । ଗୁଜୁରାଟରୁ ଚିହ୍ନଟ ହୋଇଥିବା ଏକ୍ସଇ ଭାରିଆଣ୍ଟ ସଂକ୍ରମିତଙ୍କ ବାବଦରେ କୁହାଯାଇଛି କି ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୧୩ ତାରିଖରେ କରୋନା ପଜିଟିଭ ବୋଲି ଚିହ୍ନଟ ହୋଇଥିଲେ । ଗୋଟିଏ ସପ୍ତାହ ଧରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ବେଳେ ତାଙ୍କର ନମୂନା ପରୀକ୍ଷଣରୁ ସେ ଏକ୍ସଇ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । କରୋନାର ଅନ୍ୟ ଭାରିଆଣ୍ଟ ଠାରୁ ଏକ୍ସଇ ଭାରିଆଣ୍ଟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ଏବେ ଦେଶରେ ମୋଟ ୨ ଜଣଙ୍କ ନମୂନାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । ସେମାନଙ୍କ ଠାରେ କୌଣସି ଗମ୍ଭୀର ଲକ୍ଷଣ ଦେଖିବାକୁ ମିଳିନାହିଁ ।ବିଶେଷଜ୍ଞଙ୍କ ମତରେ କରୋନାର ଏଭଳି କିଛି ନୂଆ ଭାରିଆଣ୍ଟ ଦେଶରେ ପୁଣି ଏକ ଲହର ଆଣିପାରେ । ହେଲେ ପୂର୍ବ ଲହର ଠାରୁ ଏହା ଅଧିକ ବିପଦ ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Comments (0)
Add Comment