ପୋଲିସ କବଜାରେ ୧୮ ଆନ୍ତଃରାଜ୍ୟ ଡକାୟତ । : କେନ୍ଦ୍ରାପଡା ପୋଲିସକୁ ବଡ ଧରଣର ସଫଳତା । ୪ଟି ହନୁମାନ ପଇସା ସହ ବିପୁଳ ପରିମାଣର ସୁନା, ରୂପା, ୨ଟି ବନ୍ଧୁକ ଓ ୬ଟି ଅଫୁଟା ଗୁଳି ସମେତ ମାରଣାସ୍ତ୍ର ଜବତ କରିଛି ପୋଲିସ । ଘଟଣାରେ ସମ୍ପୁକ୍ତ ଥିବା ୧୮ ଆନ୍ତଃରାଜ୍ୟ ଡକାୟତଙ୍କୁ ପୋଲିସ ଗିରଫ କରିଛି ।
ଗତ ୯ ତାରିଖ ତାନ୍ତିଆପଲ,ବଢିହ ପଂଚାୟତର କାଟକପୁର ଗାଁରେ ପଶି ଡକାୟତମାନେ ଡକାୟତି କରୁଥିବା ବେଳେ ଘର ଲୋକେ ୨ ଢକାୟତଙ୍କୁ କାବୁ କରିଥିଲେ । ଘଟଣାର ତଦନ୍ତ ବେଳେ କେନ୍ଦ୍ରାପଡା ଏସପି ବିିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ପୁରାତନ ମୁଦ୍ରା ସହ, ୪ଟି ହନୁମାନ ମୁଦ୍ରା, ୧୪୫ ଗ୍ରାମର ସୁନା, ୩୦୦ ଗ୍ରାମର ରୂପା ଅଳଙ୍କାର ସମେତ ନଗଦ ୯୦ ହଜାର ଟଙ୍କା ଜବତ କରିଛି ।