ଭୁବନେଶ୍ୱର ମଟାଙ୍ଗିସ୍ଥିତ ହାଉସିଂ ବୋର୍ଡ଼ କଲୋନୀରୁ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବନ୍ଦ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେହି ଘରେ ଆଉ ଜଣେ ଆହତ ବ୍ୟକ୍ତିଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ମହିଳାଙ୍କ ମୃତ୍ୟୁ ପଛର କାରଣ ଏଯାଏ ସ୍ପଷ୍ଟ ହୋଇନି ।ପୁଲିସ ଓ ସାଇଟିଂଫିକ ଟିମ ପହଚିଂ ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି ।
ମୃତ ମହିଳା ଓ ତାଙ୍କ ସ୍ୱାମୀଙ୍କ ଘର ଯାଜୁପରରେ । ସେ ଏହି ଘରେ ୩ ବର୍ଷ ହେଲା ଭଡ଼ାରେ ରହିଆସୁଥିଲେ । ତାଙ୍କ ସ୍ୱାମୀ ଭୁବନେଶ୍ୱରରେ କୌଣସି ପ୍ରାଇଭେଟ୍ ସେକ୍ଟରରେ କାମ କରନ୍ତି। ତାଙ୍କର ଏକ ୪ ବର୍ଷର ପୁଅ ମଧ୍ୟ ଅଛି।
ହତ୍ୟାକାଣ୍ଡ ସମୟରେ ମହିଳାଙ୍କ ସ୍ୱାମୀ ଘରେ ନଥିଲେ । ପଡୋଶୀଙ୍କ ଠାରୁ ଖବର ପାଇଁ ସେ ଘରେ ପହଚିଂବା ପରେ ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଥିବା ଆହତ ଯୁବକଙ୍କୁ ମଧ୍ୟ ତାଙ୍କ ସ୍ୱାମୀ ଚିହ୍ନିନଥିବା କହିଛନ୍ତି ।ଘର ଭିତରୁ ଆହତ ଅବସ୍ଥାରେ ଉଦ୍ଧାର ଯୁବକ ଜଣକ ବିଷ ପିଇବା ସହ ହାତରେ କଟା ଦାଗ ଅଛି । ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ସେ କିଏ ଏବଂ ମହିଳାଙ୍କ ଘରକୁ କାହିଁକି ଆସିଥିଲେ ତାହା ଜଣାପଡିନି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ମହିଳା ଜଣଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ମହିଳାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କଣ , ଏବଂ ଘଟଣା ପଛର ସତ କଣ ସେ ନେଇ ପୁଲିସ ଏବେ ଆରମ୍ଭ କରିଛି ତଦନ୍ତ । ତେବେ ପ୍ରେମ ଜନିତ କାରଣରୁ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।