‘ସବୁ ନିୟମ ମାନି ସ୍କୁଲ ଖୋଲିଲେ ଅସୁବିଧା ନାହିଁ’

କରୋନାର ଛକାପଞ୍ଝା ଭିତରେ ସ୍କୁଲ ଖୋଲିବାକୁ ନେଇ ଆଶଙ୍କା ରହୁଥିବାବେଳେ ସେ କହିଛନ୍ତି ଯେ, ‘ପିଲାମାନଙ୍କ ଠାରେ ରୋଗ ପ୍ରତିଷେଧକ ଶକ୍ତି ଅଧିକ । ତେବେ କୋଭିଡର ସମସ୍ତ ନିୟମକୁ କଡାକଡି ଭାବେ ପାଳନ କରାଯାଇ ସ୍କୁଲ ଖୋଲିଲେ କିଛି ଅସୁବିଧା ନାହିଁ’ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମୁଥିଲେ ବି ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ବରଂ ପୂର୍ବପରି ମାସ୍କ ପିନ୍ଧିବା ସହ ଆବଶ୍ୟକସ୍ଥଳେ ସୋସିଆଲ ଡିଷ୍ଟାଷ୍ଟିଙ୍ଗକୁ ମାନିବାକୁ ସେ କହିଛନ୍ତି ।ରାଜ୍ୟରେ ସଂକ୍ରମଣ କମୁଥିଲେ ବି ବିଦେଶରେ ନୂଆ ଭ୍ୟାରିଆଂଟର ପ୍ରକୋପ ଦେଖିବାକୁ ମିଳିଛି । ତେଣୁ ଆମକୁ ସଜାଗ ରହିବା ଦରକାର ।

କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ୨୪ ଘଣ୍ଟା ମଧ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୯୨୯ ଥିବାବେଳେ ୩୯୨ଟି ମୃତ୍ୟୁ ହୋଇଛି । ଏହାସହ ରାଜ୍ୟରେ ୨୪ ଘଂଟାରେ ମୋଟ ୨୦୮ ଟି ପଜିଟିଭ୍ କେସ୍ ମିଳିଛି । ଏମାନଙ୍କ ମଧ୍ୟରୁ ୨୩ ଜଣ ୧୮ ବର୍ଷରୁ କମ ବୟସର ଚିହ୍ନ ।ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧରୁ ୯୯ ଓ କଟକରୁ ୨୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Comments (0)
Add Comment