ଯଦି ଅତି ଜରୁରୀ ନାହିଁ ତାହେଲେ ହସ୍ପିଟାଲ ଆସନି । ଜରୁରିକାଳୀନ ଅସ୍ତ୍ରୋପଚାର ବିନା ସାଧାରଣ ଅସ୍ତ୍ରୋପଚାର ଏବେ କରନି । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରଖାନା ପାଇଁ ନୂଆ କୋଭିଡ୍ ଗାଇଡ୍ ଲାଇନ୍ ଜାରି କରାଯାଇଛି । ନୂଆ ଗାଇଡଲାଇନରେ କିଛି କଟକଣା ଉଲ୍ଲେଖ କରାଯାଇଥିବା ବେଳେ ଗାଇଡଲାଇନ ମାନିବାକୁ ଲୋକଙ୍କୁ ନିବେଦନ କରାଯାଇଛି । ।
ରାଜ୍ୟରେ ସଂକ୍ରମସ୍ୱ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଗାଇଡ୍ ଲାଇନ୍ ଅନୁସାରେ ସେଣ୍ଟ୍ରାଲ ରେଜିଷ୍ଟ୍ରେସନ ବଦଳରେ ମାନୁଆଲ୍ ରେଜିଷ୍ଟ୍ରେସନ୍ ହେବ । ରାଜ୍ୟରେ ଏବେ ସଂକ୍ରମଣ ବଢ଼ିବାରେ ଲାଗିଛି , ତେଣୁ ମେଡିକାଲ ଭଳି ଗହଳି ସ୍ଥାନକୁ ଆସି ସଂକ୍ରମଣକୁ ଘରକୁ ନେଇ ଯାଆନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ଦର୍ଶାଇଛି । ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ କରାଯିବନାହିଁ । ଜରୁରିକାଳୀନ ଅସ୍ତ୍ରୋପଚାର ବିନା ସାଧାରଣ ଅସ୍ତ୍ରୋପଚାର କରିବାକୁ ମନା କରାଯାଇଛି । ଗୁରୁତର ରୋଗୀଙ୍କୁ ପାଖରେ ଜଣେ ଆଟେଣ୍ଡାଣ୍ଟ ରହିବାକୁ ଅନୁମତି ମିଳିଛି । ସେହିପରି ଓପିଡି, ଆଇପିଡିକୁ ମିଡିଆ ପ୍ରବେଶ ଉପରେ କଟକଣା ଲଗାଯାଇଛି ।
ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ଡାକ୍ତରମାନେ କୋଭିଡ୍ ସଂକ୍ରମିତ ହେବା ଦେଖିବାକୁ ମିଳୁଛି । ଯାହାପରେ ସ୍ୱାସ୍ଥ୍ୟ ବିଭାଗ ଏନେଇ ତତ୍ପରତା ପ୍ରକାଶ କରିବା ସହିତ ହସ୍ପିଟାଲରେ କୋଭିଡ୍ ନିୟମ କଡ଼ାକଡ଼ି କରିବା ସହ ଭିଡ଼ ନକରିବାକୁ କହିଛନ୍ତି । ସମସ୍ତଙ୍କୁ ସାମାଜିକ ଦୂରତା ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି