ଆଖି ଖୋସିଦେବ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସଂପତ୍ତି

ମୁଖ୍ୟମନ୍ତ୍ରୀ ଓ ଅନ୍ୟ ତାଙ୍କ ମନ୍ତ୍ରୀ ମାନେ ଦେଇଛନ୍ତି ସଂପତି ତାଲିକା । ନେତା, ମନ୍ତ୍ରୀଙ୍କର ଏହି ସଂପତି ତାଲିକାକୁ ସର୍ବସାଧାରଣଙ୍କ ପାଇଁ ସାର୍ବଜନୀନ କରାଯାଇଛି । ସିଏମଓ ୱେବସାଟରେ ଏହି ସଂପତି ତାଲିକା ପ୍ରକାଶ କରାଯାଇଛି । ଅନ୍ୟ ମନ୍ତ୍ରୀ ମାନଙ୍କ ପରି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ତାଙ୍କ ସଂପତି ତାଲିକା ଦେଇଛନ୍ତି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ତାଲିକା ଦେଖି ଆଖି ଖୋସି ହୋଇଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ରହିଛି ଅଚଳାଚଳ ସଂପତି । ତେବେ ମନ୍ତ୍ରୀଙ୍କର ଦାମୀ ଗାଡି ସଉକ ରହିଛି । ଗତ ଦୁଇ ବର୍ଷରେ ନବ ଦାସ କିଣିଛନ୍ତି ୮୦ଟି ଗାଡି । ୨୦୧୮ରୁ ୨୦୧୯ ମଧ୍ୟରେ ସେ ଏହି ଗାଡି କିଣିଛନ୍ତି । ଏହି ସବୁ ଗାଡି ମଧ୍ୟରେ ରହିିଛି ଗୋଟିଏ ସୌଖୀନ ମର୍ସିଡିସ୍ ବେଞ୍ଜ୍ କାର୍ । ଏହି ମର୍ସିଡିସ୍ ବେଞ୍ଜ କାର୍‌ର ମୂଲ୍ୟ ୧ କୋଟି ୯୬ ଲକ୍ଷ ଟଙ୍କା। ମନ୍ତ୍ରୀଙ୍କର ୧୬ଟି ମରସିଡିଜ୍ ବେଞ୍ଜ ରହିଛି । ଅନ୍ୟ ଗାଡ଼ିମାନଙ୍କ ଭିତରେ ରହିଛି ଅନେକ ଟ୍ରକ ଓ ବାଣିଜ୍ୟିକ ଗାଡ଼ି। ଯାହାକି ତାଙ୍କ ସଂପତି ତାଲିକାରେ ପ୍ରକାଶ ପାଇଛି ।


ସେହିପରି ଆଉ କେଉଁ ମନ୍ତ୍ରୀଙ୍କର କେତେ ସଂପତ୍ତି ଅଛି ଜାଣନ୍ତୁ।
ତୁଷାରକାନ୍ତି ବେହେରା– ୩୨ ଲକ୍ଷ ୩୩ ହଜାର ୪୭୧ ଟଙ୍କା
ସୁଶାନ୍ତ ସିଂହ- ୪ କୋଟି ୯୩ ଲକ୍ଷ ୯୪ ହଜାର ୬୪୪ ଟଙ୍କା
ସୁଦାମ ମାର୍ଣ୍ଡି– ୨ କୋଟି ୬୧ ଲକ୍ଷ ୧୮ ହଜାର ୨୬ ଟଙ୍କା
ବିକ୍ରମ ଆରୁଖ- ୪ କୋଟି ୭୮ ଲକ୍ଷ ୪୭ ହଜାର ୪୭୧ଟଙ୍କା
ଦିବ୍ୟଶଙ୍କର ମିଶ୍ର– ୭ କୋଟି ୩୧ ଲକ୍ଷ ୭୬ ହଜାର ୪୦୮ ଟଙ୍କା
ନିରଞ୍ଜନ ପୂଜାରୀ- ୪ କୋଟି ୩୪ ଲକ୍ଷ ୬୫ ହଜାର ୩୦୮ଟଙ୍କା
ସମୀର ଦାଶ– ୨ କୋଟି ୨୩ ଲକ୍ଷ ୭୫, ୭୬୧ ଟଙ୍କା
ପ୍ରଫୁଲ୍ଲ ମଲ୍ଲିକ- ୩୯ ଲକ୍ଷ ୨୮, ୮୩୧ ଟଙ୍କା

Comments (0)
Add Comment