ଟିକା ନିଜେ ନେବୁନି ହେଲେ ଟିକା ଦେବୁ । ଦିନକ ପରେ ରାଜ୍ୟରେ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ଏଭଳି ଚେତାବନୀ ଦେଇଛି ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମିଳିତ ମହାସଂଘ । କ୍ୟାଡର ପୁର୍ନଗଠନ ଓ ପଦବୀ ପରିବର୍ତ୍ତନ ଦାବିରେ ୧୫ହଜାର ସ୍ୱାସ୍ଥ୍ୟକର୍ମୀ ଅଡି ବସିଛନ୍ତି ।
ପଦବୀ ପରିବର୍ତନ ଓ କ୍ୟାଡର ପୁନଃଗଠନ ଦାବିରେ ସିରିନ୍ଜ ଛାଡ଼ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟକର୍ମୀ । ଆସନ୍ତା ୧୬ରୁ ଆରମ୍ଭ ହେଉଥିବା ଟୀକାକରଣ ବେଳେ କଳା ବ୍ୟାଚ ଏମାନେ ପରିଧାନ କରି କାର୍ୟ୍ୟ କରିବେ । ଫେବୃଆରୀ ପହିଲାରୁ କେବଳ କୋଭିଡ ଟିକାକରଣ ସାହର୍ୟ୍ୟ କରିବୁ କିନ୍ତୁ ଅନ୍ୟ ଟିକା ଗ୍ରହଣରେ ସାମିଲ ହେବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ।
ଦୀର୍ଘ ୧୦ ବର୍ଷ ହେବ ଦାବି ନେଇ ସରକାରଙ୍କ ନିକଟରେ ଅଭିଯୋଗ କରିଆସୁଛନ୍ତି । ହେଲେ ସରକାର ଶୁଣୁନାହାନ୍ତି । ତେଣୁ ସେମାନେ ନିଜେ ଟିକା ନେବେନି କିନ୍ତୁ ଅନ୍ୟକୁ ଟିକା ଦେବେ ବୋଲି ସ୍ୱାସ୍ଥ୍ୟକର୍ମୀ କହିଛନ୍ତି । ସେମାନେ ତାଙ୍କର ଦୈନଦିନ କାର୍ଯ୍ୟକ୍ରମରୁ ଓହରିଯିବେ ବୋଲି କହିଛନ୍ତି । ମହାମାରୀ ସମୟରେ ସମସ୍ତ ପ୍ରକାର ସହଯୋଗ ରାଜ୍ୟ ସରକାରଙ୍କୁ କରିଛୁ । ହେଲେ ରାଜ୍ୟସରକାର ତାଙ୍କ ଦାବି ପ୍ରତି ଅଣଦେଖା କରୁଛ୍ନ୍ତି । ତେଣୁ ସେମାନେ ବାଧ୍ୟ ହୋଇ ଏଭଳି ନିଷ୍ପତି ନେଇଥିବା କହିଛନ୍ତି ।