ମୂର୍ତ୍ତି ଉଚ୍ଚତା ବୃଦ୍ଧି ଆବେଦନକୁ ଖାରଜ କଲେ ହାଇକୋର୍ଟ

ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଆବେଦନକାରୀଙ୍କ ପକ୍ଷରୁ ଯେଉଁ ଯୁକ୍ତି ରଖାଯାଇଥିଲା ତାହା ସନ୍ତୋଷଜନକ ନୁହେଁ । ମୂର୍ତ୍ତି ଉଚ୍ଚତାକୁ ନେଇ ସରକାରୀ ନିୟମରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । ମହାମାରୀ ବେଳେ ସରକାରୀ ନିଷ୍ପ ିରେ ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ ।
ଗତକାଲି ମାମଲାର ଶୁଣାଣି କରି ଉଚ୍ଚତା କମିଲେ କ’ଣ ସମସ୍ୟା ଉପୁଜିବ ବୋଲି ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ ହାଇକୋର୍ଟ । ଆବେଦନକାରୀଙ୍କ ଓକିଲ କହିଛନ୍ତି, ସମସ୍ୟାର କଥା ନୁହେଁ, ଏହା ହେଉଛି ଭାବାବେଗର କଥା । ଏପଟେ ସରକାରୀ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ଏହି ନିୟମ କେବଳ କଟକ ପାଇଁ ହୋଇନାହିଁ, ନିୟମ ହୋଇଛି ସାରା ଓଡ଼ିଶା ପାଇଁ । ତେଣୁ ନିୟମ ପରିବର୍ତ୍ତନ ହେଲେ ପୂରା ଓଡ଼ିଶା ପାଇଁ ନିୟମ ପରିବର୍ତ୍ତନ କରିବାକୁ ପଡିବ ।

ଏସଆରସିଙ୍କ ପାର୍ବଣ କଟକଣା ବିଜ୍ଞପ୍ତି ଅନୁଯାୟୀ, ମୂର୍ତ୍ତିର ଉଚ୍ଚତା ୪ ଫୁଟ ଭିତରେ ରହିବାକୁ ଥିବା ବେଳେ ମଣ୍ଡପ ୩ ପଟୁ ପରଦାରେ ଆବଦ୍ଧ ରହିବ । ଭକ୍ତ ମାନେ ମା’ଙ୍କ ଦର୍ଶନ କରିପାରିବେ ନାହିଁ । କେବଳ ନୀତିକାନ୍ତିରେ ପୂଜା ଶେଷ ହେବ ବୋଲି କଟକଣା ରହିଥିଲା । ଆଉ ଏଭଳି କଟକଣା ବିରୋଧରେ କଟକର ବିଭିନ୍ନ ପୂଜା କମିଟି ପ୍ରତିବାଦ କରିଥିଲେ ।

Comments (0)
Add Comment