ମାଡିଆସୁଛି ବିପଦ

ଦେଶରେ କରୋନା ସଂକ୍ରମଣ ସାଂଘାତିକ ରୂପ ନେଉଛି । ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଦେଶର ବିଭିନ୍ନ ରାଜ୍ୟରେ କଟକଣା ସତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣକୁ ଆସୁନାହିଁ । ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୫୯ ହଜାର ୧୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୧୭୬୧ ଜଣଙ୍କ ମୃତ୍ୟୁ ହୋଇଛି।

ଦୈନିକ ସଂକ୍ରମଣ ୨,୫୯,୧୭୦ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୦ ଲକ୍ଷ ୬୧ ହଜାର ୯୧୯ରେ ପହଞ୍ଚିଛି। ସେହିପରି ନୂତନ ମୃତକଙ୍କୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦ରେ ପହଞ୍ଚିଛି। ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧ କୋଟି ୩୧ ଲକ୍ଷ ୦୮ ହଜାର ୫୮୨ କୁ ବୃଦ୍ଧି ପାଇଛି । ଅନ୍ୟପଟେ ଏବେ ୨୦ ଲକ୍ଷ ୩୧ ହଜାର ୯୭୭ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଏହାସହ ଗତକାଲି ପର୍ୟ୍ୟନ୍ତ ଦେଶରେ ୧୨ କୋଟି, ୭୧ ଲକ୍ଷ,୨୯ ହଜାର, ୧୧୩ ଜଣଙ୍କୁ ଟିକା ଦିଆଯାଇଥିବା ସୂଚନା ରହିଛି ।

ଦେଶରେ ଏବେ କରୋନା ସଂକ୍ରମଣ ସୁନାମୀ ଭଳି ମାଡି ଚାଲିଛି । ମେଡିକାଲରେ ରୋଗୀଙ୍କ ଭିଡ ଓ ମଶାଣୀରେ ଶବ ଭିଡ ବୟାନ କରୁଛି କି ଦେଶରେ କରୋନା ଭୂତାଣୁ କିଭଳି ଭାବେ ବ୍ୟାପୁଛି । କେଉଁଠି ଡାକ୍ତରର ଅଭାବ ତ କେଉଁଠି ଔଷଧର ଅଭାବ । ଦେଶରେ ଆଗକୁ ସ୍ଥିତି ଆହୁରି ସଂଗୀନ ହୋଇପାରେ ।

Comments (0)
Add Comment