ଋାଜ୍ୟରେ କରୋନାର ସ୍ଥିତି ଖରାପ ଆଡକୁ ଗତି କରୁଥିବା ବେଳେ ସୁନ୍ଦରଗଡ ଓ ଖୋର୍ଦ୍ଧାକୁ ଟପିଯାଇଛି ନୂଆପଡା । ନୂଆପଡାରେ କରୋନା ତ୍ରିଶତକ ଛୁଇଁଛି । ରାଜ୍ୟରେ ୨୪ ଘଂଟାରେ ୧୭ ଶହ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡାରେ ସର୍ବାଧିକ ୩୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତା ପଛକୁ ରହିଛଇ ସୁନ୍ଦରଗଡ ଓ ଖୋର୍ଦ୍ଧା ।
ଦିନକରେ ରାଜ୍ୟରେ ୧୭ ଶହ ୮୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ଜୀବନ ଯାଇଛି । ଭଦ୍ରକ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୩୦କୁ ବୃଦ୍ଧି ପାଇଛି । ଗତ ୨୪ଘଣ୍ଟାରେ ଅନୁଗୁଳ ଜିଲ୍ଲାରୁ ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୭୨ଜଣ,ବରଗଡ଼ରୁ ୮୭ଜଣ, ଭଦ୍ରକରୁ ୩୦ଜଣ, ବଲାଙ୍ଗୀରରୁ ୯୧ଜଣ, ବୌଦ୍ଧରୁ ୪ଜଣ, କଟକରୁ ୫୯ଜଣ, ଦେଓଗଡ଼ରୁ ୧୨ଜଣ, ଢ଼େଙ୍କାନାଳରୁ ୨ଜଣ, ଗଜପତିରୁ ୧୬ଜଣ, ଗଞ୍ଜାମରୁ ୮୦ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଜଗତସିଂହପୁରରୁ ୭ଜଣ, ଯାଜପୁରରୁ ୩୩ଜଣ, ଝାରସୁଗୁଡ଼ାରୁ ୧୦ଜଣ, କଳାହାଣ୍ଡିରୁ ୬୮ଜଣ, କନ୍ଧମାଳରୁ ୧୩ଜଣ, କେନ୍ଦ୍ରାପଡ଼ାରୁ ୧୮ଜଣ, କେନ୍ଦୁଝରରୁ ୫୪ଜଣ, ଖୋର୍ଦ୍ଧାରୁ ୨୦୧ଜଣ, କୋରାପୁଟରୁ ୧୦ଜଣ, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୨୭ଜଣ, ନବରଙ୍ଗପୁରରୁ ୬୭ଜଣ, ନୟାଗଡ଼ରୁ ୧୪ଜଣ, ନୂଆପଡ଼ାରୁ ୩୦୩ଜଣ, ପୁରୀରୁ ୫୩ଜଣ, ରାୟଗଡ଼ାରୁ ୨୫ଜଣ, ସମ୍ବଲପୁରରୁ ୧୧୪ଜଣ, ସୋନପୁରରୁ ୬ଜଣ, ସୁନ୍ଦରଗଡ଼ରୁ ୨୪୧ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୫୩୦୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୫୦୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୪୦୬୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ନୂଆପଡାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ଟପିବା ଜିଲ୍ଲା ପ୍ରଶାସନର ନିଦ ହଜାଇଦେଇଛି ।
ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ବଢ଼ିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ କରୋନା ସ୍ଥିତିର ସମୀକ୍ଷା କରିବା ଲାଗି ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ନୂଆପଡ଼ା ଜିଲ୍ଲାରେ ଖୁବ୍ ଶୀଘ୍ର ବିଶେଷଜ୍ଞ ଡାକ୍ତରୀ ଦଳ ଯୋଗ ଦେବା ସହିତ ଏକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି।