ସାବଧାନ! ପ୍ରଥମ ପର୍ଯ୍ୟାୟକୁ ଟପିଲା ଦ୍ୱିତୀୟ ପର୍ଯ୍ୟାୟ

ରାଜ୍ୟରେ ରେକର୍ଡ ଭାଙ୍ଗିଲା ଗୋଟିଏ ଦିନର କରୋନା ସଂକ୍ରମଣ । କରୋନାର ପ୍ରଥମ ଲହରଠୁ ଦ୍ରୁତ ଗତିରେ ବ୍ୟାପୁଛି ଦ୍ୱିତୀୟ ଲହର । କରୋନାର ପ୍ରଥମ ପର୍ଯ୍ୟାୟକୁ ଟପିଲା ଦ୍ୱିତୀୟ ପର୍ଯ୍ୟାୟ । ପୂର୍ବ ବର୍ଷର ସଂକ୍ରମଣର ରେକର୍ଡକୁ ଭାଙ୍ଗିଦେଇଛି ଚଳିତ ବର୍ଷ ସଂକ୍ରମଣ । ୨୦୨୦ ସେପଟେମ୍ବର ୨୫ରେ ସର୍ବାଧିକ ୪ ହଜାର ୩୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସର୍ବକାଳୀନ ରେକର୍ଡ ୪ ହଜାର ୪୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦେଶରେ ବିଭିନ୍ନ ରାଜ୍ୟରେ ସ୍ଥିତି ସାଂଘାତିକ । ସମସ୍ତଙ୍କୁ ମାଡିବସିଲାଣି ଭୟ । ସଂକ୍ରମଣ ଯେପରି ଭାବରେ ବ୍ୟାପୁଛି ସରକାରଙ୍କ ନିଦ ହଜାଇଦେଇଛି । ଗତ ୨୪ ଘଂଟା ଭିତରେ ସର୍ବାଧିକ ୪ ହଜାର ୪୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସୁନ୍ଦରଗରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କେନ୍ଦୁଝରରେ ଓ ଝାରସୁଗୁଡାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି ।

ସେହିପରି ସୁନ୍ଦରଗଡ ଓ ଖୋର୍ଦ୍ଧା ମଧ୍ୟରେ ଗୋଡାଗୋଡି ଚାଲିଛି । ଆଜି ସୁନ୍ଦରଗଡରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ ୭୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତା ପଛକୁ ରହିଛନ୍ତି ଖୋର୍ଦ୍ଧା ଓ ନୂଆପଡା । ଖୋର୍ଦ୍ଧାରେ ୫୮୭ ଓ ନୂଆପଡାରେ ୪୩୭ ନୂଆ ପିଜିଟିଭ ମାମଲା ସାମ୍ନାକୁ ଆସିଛି । ୧୩ଟି ଜିଲ୍ଲାରେ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୭, ବାଲେଶ୍ବରରୁ ୧୨୩, ବରଗଡ଼ରୁ ୧୭୮, ଭଦ୍ରକରୁ ୪୩, ବଲାଙ୍ଗୀରରୁ ୧୬୮, ବୌଦ୍ଧରୁ ୨୧, କଟକରୁ ୨୫୧, ଦେବଗଡ଼ରୁ ୩୫, ଢେଙ୍କାନାଳରୁ ୨୦, ଗଜପତିରୁ ୧୦, ଗଞ୍ଜାମରୁ ୬୨, ଜଗତ୍ସିଂହପୁରରୁ ୩୩, ଯାଜପୁରରୁ ୫୮, ଝାରସୁଗୁଡ଼ାରୁ ୨୩୧, କଳାହାଣ୍ଡିରୁ ୨୭୩, କନ୍ଧମାଳରୁ ୨୯, କେନ୍ଦ୍ରାପଡ଼ାରୁ ୩୫, କେନ୍ଦୁଝରରୁ ୭୫, ଖୋର୍ଦ୍ଧାରୁ ୫୮୭, କୋରାପୁଟ୍ରୁ ୨୧, ମାଲକାନଗିରିରୁ ୯, ମୟୂରଭଞ୍ଜରରୁ ୧୦୦, ନବରଙ୍ଗପୁରରୁ ୧୨୭, ନୟାଗଡ଼ରୁ ୫୦, ନୂଆପଡ଼ାରୁ ୪୩୭, ପୁରୀରୁ ୨୧୯, ରାୟଗଡ଼ାରୁ ୫୩, ସମ୍ବଲପୁରରୁ ୨୪୧, ସୋନପୁରରୁ ୨୨ ଓ ଷ୍ଟେଟ୍ ପୁଲରୁ ୧୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Comments (0)
Add Comment