ଖୋର୍ଦ୍ଧାରେ କାହିଁକି ବଢୁଛି ସଂକ୍ରମଣ ?

ରାଜ୍ୟରେ କରୋନା ସଂକ୍ରମଣ ଯେପରି ବୃଦ୍ଧିପାଉଛି,ତାହା ସରକାରଙ୍କ ନିଦ ହଜାଇଦେଇଛି । କଂଟେନମେଂଟ ଜୋନ, କଟକଣା,କର୍ଫ୍ୟୁ ପରେ ମଧ୍ୟ ସଂକ୍ରମଣ ନିୟନ୍ତ୍ରଣକୁ ଆସୁନି । ତେବେ ଲଗାତର ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିବା ବେଳେ ଏହାକୁ ଟପିଛି ଖୋର୍ଦ୍ଧା ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଲୋକ ସଚେତନ ନ ହେଲେ ଆଗକୁ ସଂକ୍ରମଣ ଅଧିକ ହେବ । ରାଜଧାନୀରେ ଲୋକ ନିୟମ ମାନୁନାହାଁନ୍ତି ଯାହା ଖୋର୍ଦ୍ଧାରେ ସଂକ୍ରମଣ ବୃଦ୍ଧିର ବଡ଼ କାରଣ ପାଲଟିଛି ।ଆଗକୁ ମଧ୍ୟ ଆହୁରି ସଂକ୍ରମଣ ବଢିପାରେ । ବୟସ୍କ ଲୋକଙ୍କୁ କରୋନା ହେଲେ ସେମାନଙ୍କୁ ସଂଘରୋଧରେ ରଖିବାରୁ ପରାମର୍ଶ ଦିଆଯାଇଛି ।

ପ୍ରଥମ ଲହରି ଠାରୁ ଦ୍ବିତୀୟ ଲହରି ଦ୍ରୁତ ବେଗରେ ବ୍ୟାପୁଛି । ବିଶେଷଜ୍ଞଙ୍କ ମତରେ ମେ ଶେଷ ଆଡକୁ ସଂକ୍ରମଣ କମିପାରେ । ତେଣୁ ସବୁୁବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ ରକ୍ଷା କରିବା ଓ ଜନଗହଳି ପୂର୍ଣ୍ଣ ସ୍ଥାନକୁ ନଯିବାକୁ ଲୋକଙ୍କୁ ନିବେଦନ କରାଯାଇଛି ।

Comments (0)
Add Comment