ଦେଶରେ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମିତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରେକର୍ଡ ୩୬୮୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସେହିପରି ଦୈନିକ ସଂକ୍ରମଣ ମଧ୍ୟ ୩ ଲକ୍ଷ ୯୦ ହଜାର ତଳକୁ ଖସୁନି। ମହାରାଷ୍ଟ୍ର, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ପୂର୍ବଭଳି ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢ଼ି ଚାଲିଛି।
ଗତ ୨୪ ଘଂଟାରେ ଦେଶରୁ ୩ଲକ୍ଷ ୯୨ହଜାର ୪୮୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୯୫ଲକ୍ଷ ୫୭ହଜାର ୪୫୭ରେ ପହଁଚିଛି । ଅନ୍ୟପଟେ ଗତ ୨୪ଘଂଟାରେ ୩ହଜାର ୬୮୯ଜଣଙ୍କ ଜୀବନ ଯାଇଛି । ଦେଶରେ କରୋନାଜନିକ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୫ହଜାର ୫୪୨ ଛୁଇଁଛି ।
ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୪୯ହଜାର ୬୪୪ ରହିଥିବାବେଳେ ମୋଟ ୧ କୋଟି ୫୯ ଲକ୍ଷ ୯୨ ହଜାର ୨୭୧ଜଣ ସୁସ୍ଥ ହୋଇସାରିଲେଣି । ବିଶ୍ୱରେ ଚିହ୍ନଟ ମୋଟ ସଂକ୍ରମଣ ମାମଲାର ୪୦ ପ୍ରତିଶତ କେସ୍ ପ୍ରତିଦିନ ଭାରତରେ ଚିହ୍ନଟ ହେଉଛି । ତେବେ ରାଜଧାନୀ ଦିଲ୍ଲୀରେ ବେକାବୁ ହୋଇଛି କରୋନାର ଗ୍ରାଫ୍ । ନିୟମିତ ବଢିବାରେ ଲାଗିଛି ପାରା । ସଂକ୍ରମଣର ନୂଆ କେସ ବଢିବା ସହ ମୃତ୍ୟୁ ସଂଖ୍ୟା ବି ସମସ୍ତଙ୍କୁ ଚିକିତ କରି ରଖିଛି ।ଦିନକରେ ୨୫ ହଜାରରୁ ଅଧିକ ନୂଆ କେସ ସହ ୪୧୨ ଜୀବନ ନେଇଚି ମହାମାରୀ ।