କୋର୍ଟରେ ଆତ୍ମସମର୍ପଣ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଦୀର୍ଘ ଏକ ମାସ ଧରି ଫେରାର ଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ । ଠିକ୍ ମାସେ ତଳେ ବାଲୁଗାଁ ଏନଏସି ଅଫିସରେ ଆବାସ ଓ ରାସନ କାର୍ଡ ବଂଟନ କାର୍ୟ୍ୟକ୍ରମରେ କରିଥିଲେ ଆକ୍ରମଣ । ବାଲୁଗାଁ ଏନଏସି ଅଫିସରେ ବିଜେପି ନେତାଙ୍କୁ ମାଡ ମାରିବା ଦୃଶ୍ୟ ଭାଇରାଲ ହେବା ପରେ କାର୍ୟ୍ୟାନୁଷ୍ଠାନ ନେଇଥିଲେ ବିଜେଡି ସୁପ୍ରିମୋ । ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା ।
ମାଡ ମାରିବା ନେଇ ପ୍ରଶାନ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ ବି ହୋଇଥିଲା । । ସେବେଠୁ ବିଧାୟକଙ୍କୁ ଧରିବା ନେଇ ପୋଲିସ ଚାଲିଆଡେ ଚଢାଉ ଜାରି ରଖିଥିଲା । ଏହି ଘଟଣା ପରଠୁ ଫେରାର ଥିଲେ ବିଧାୟକ । ଏପିରିକି ପ୍ରଶାନ୍ତଙ୍କ ଆଗୁଆ ଆଗୁଆ ଜାମିନ ଆବେଦନ ଖାରଜ ହୋଇଯାଇଥିଲା । ପ୍ରଶାନ୍ତ ଜଗଦେବଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷରୁ ମଧ୍ୟ ହଟାଯାଇଛି ।