ଏବେ ୩ ଥର ଦିଆଯିବ କରୋନା ଟିକା

ଦେଶରେ କରୋନା ସଂକ୍ରମଣକୁ ମାତ ଦେବା ପାଇଁ କୋଭିଡ଼ ଟିକାର ତୃତୀୟ ଡୋଜର ପ୍ରସ୍ତୁତି ଜାରି ରହିଛି ।ଏହି ତୃତୀୟ ଡୋଜକୁ ବୋଷ୍ଟର ଡୋଜ କୁହାଯାଉଛି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ତୃତୀୟ ଡୋଜକୁ ଅନୁମତି ଦେଇଛି ଅଭିଜ୍ଞ ବିଶେଷଜ୍ଞଙ୍କ ଏକ ଟିମ୍ ।ଖାସ କରି ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ତୃତୀୟ ବୁଷ୍ଟର ଡୋଜ ପ୍ରଦାନ କରାଯିବ ।

ଏକ୍ସପର୍ଟ ପାନେଲର ସୂଚନା ଅନୁଯାୟୀ ଭାରତ ବାୟୋଟେକ କୋଭାକ୍ସିନର ୩ୟ ଡୋଜକୁ ସେହି ଭଲ୍ୟୁଣ୍ଟର ମାନଙ୍କୁ ଦେଉ ଯେଉଁମାନେ ଏହାର କ୍ଲିନିକାଲ୍ ଟ୍ରାଏଲର ଅଂଶବିଶେଷ ରହିଥିଲେ । ତେବେ ଭାରତ ବାୟୋଟେକ୍ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ଯେ ତୃତୀୟ ଡୋଜ ନେବା ପରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବହୁ ବର୍ଷ ପାଇଁ ବଢିଯିବ । ଯାହା ପରେ ଏକ୍ସପର୍ଟ ପାନେଲ୍ ବୁଷ୍ଟର ଡୋଜକୁ ଅନୁମତି ଦେଇଛି ।

ଭାରତ ବାୟୋଟେକର ପ୍ରସ୍ତାବ ପରେ ସବଜେକ୍ଟ ଏକସ୍ପର୍ଟ କମିଟି (ଏସଇସି) କହିଛି କି ବୋଷ୍ଟର ଡୋଜର ପରୀକ୍ଷା ଦ୍ୱିତୀୟ ପର୍ୟ୍ୟାୟ କ୍ଲିନିକାଲ ଟ୍ରାଏଲ ବେଳେ ଭାଗ ନେଇଥିବା ସ୍ୱେଚ୍ଛାସେବୀ ମାନଙ୍କ ଉପରେ କରାଯାଉ ।ମାନଙ୍କୁ କୋଭାକ୍ସିନର ୬ ମାଇକ୍ରୋଗ୍ରାମ ର ଦୁଇଟି ଡୋଜ୍ ମିଳିସାରିଛି । ଗତ ବର୍ଷ ସେପ୍ଟେମ୍ବର ବା ଅକ୍ଟୋବରରେ କୋଭାକ୍ସିନର ୨ୟ ଡୋଜ୍ ନେଇଥିବା ଲୋକମାନଙ୍କୁ ବୁଷ୍ଟର ଡୋଜ୍ ଆଗେ ଦିଆଯିବ ।

ଏହାଦ୍ବାରା କରୋନାର ନୂଆ ଭାଇରସରେ ଆକ୍ରାନ୍ତ ହେବାର ଆଶଙ୍କା ପ୍ରାୟ ନ ଥିବା ବେଳେ ନୂଆ ଷ୍ଟ୍ରେନ୍ ମ୍ୟୁଟେସନ ହେବାର ଆଶଙ୍କା ଯଥେଷ୍ଟ କମ୍ । ବୁଷ୍ଟର ଡୋଜ୍ ନେବା ପରେ ଶରୀରରେ କରୋନା ଭାଇରସ୍ ବିରୋଧରେ ବହୁ ବର୍ଷ ପାଇଁ ଇମ୍ୟୁନୋ ପାଓ୍ବାର ବଢିଯାଉଇବାରୁ ଏହାକୁ ଅନୁମତି ଦେବାକୁ ଭାରତ ବାୟୋଟେକ୍ ପ୍ରସ୍ତାବ ଦେଇଥିଲା।

Comments (0)
Add Comment